ମିଆଁମାରରେ ଚମକିବେ ବୌଦ୍ଧର ଓଡିଆ ଝିଅ ଅନିଶା ମେହେର । ଆସନ୍ତାବର୍ଷ ଏପ୍ରିଲ ମାସରେ ମିଆଁମାରରେ ହେବାକୁ ଥିବା ଆନ୍ତର୍ଜାତୀୟ ବିୟୁଟି ପିଜେଣ୍ଟ ଅଫ ଲିଟିଲ ମିସ୍ ପେସିଫିକ୍ ୱାର୍ଲଡ ୨୦୨୧ର ପ୍ରି-ଟିନ୍ ବିଭାଗରେ ଭାରତକୁ ପ୍ରତିନିଧିତ୍ୱ କରିବା ପାଇଁ ସେ ମନୋନିତ ହୋଇଛନ୍ତି । ବିଶ୍ୱର ୩୫ଟି ଦେଶର ପ୍ରତିଯୋଗି ଏହି ଶୋ’ରେ ଭାବ ନେବାକୁ ଥିବାବେଳେ ଅନିଶା ଭାରତରୁ ଜଣେ ପ୍ରତିନିଧିତରହିବେ । ଯାହା ଦେଶ ପାଇଁ ଗର୍ବର ବିଷୟ । ଦେଶର ବଛା ବଛା ୧୦୦ ଜଣ ପ୍ରତିଯୋଗିଙ୍କ ମଧ୍ୟରେ ଅନିଶା ମାତ୍ର ଜଣେ ପ୍ରତିଯୋଗି ଭାବରେ ମନୋନିତ ହୋଇଛନ୍ତି । ଅନିଶାଙ୍କର ନାଚ, ଗୀତ , ଫ୍ୟାଶନ ସୋ, ଚିତ୍ରକଳା ଆଦିରେ ରୁଚି ରହିିଛି । ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିବା ଅନିଶା ସଫଳତା ପାଇଁ ଦେଶବାସୀଙ୍କ ଆର୍ଶିବାଦ ଲୋଡିଛନ୍ତି ।

LEAVE A REPLY

Please enter your comment!
Please enter your name here