ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅର୍ନ୍ତଗତ ଡଙ୍ଗରବାଙ୍କ ନିକଟରୁ ଦୁଇଟି ଟିଫିନ ବୋମା ଠାବ କରିଛି ସିଆରପିଏଫ । ପ୍ରାୟ ୪୦ ଜଣ ଯବାନ ବଣ୍ଡେଇଗୁଡାଜଙ୍ଗଲ ଅଭିମୁଖେ କମ୍ବିଂ ଅପରେସନ ପାଇଁ ଯାଉଥିବା ବେଳେ ଜାତୀୟ ରାଜପଥକୁ ଲାଗିଥିବା ଦୁଇଟି କଲଭଟ ତଳୁ ଲ୍ୟାଣ୍ଡମାଇନ ଖଞ୍ଜାଯାଇଥିବା ଦେଖିବାକୁ ପାଇଥିଲେ । ନିକଟରୁ ଦୁଇଟି ଟିଫିନ ବୋମା ଉଦ୍ଧାର କରାଯାଇଥିଲା । ରାୟଗଡା ଜିଲ୍ଲାରେ ମାଓବାଦୀ ସଂଗଠନ ପକ୍ଷରୁ ନିଜର ସ୍ଥିତି ଜାହିର କରିବା ପାଇଁ ନିୟମଗିରି ଏରିଆକମିଟି ପକ୍ଷରୁ ବୋମା ଖଞା ଯାଇଥିବା କୁହାଯାଉଛି । ଯବାନଙ୍କୁ ଟାର୍ଗେଟ କରି ବଡ ଧରଣର ବୋମା ବିସ୍ଫୋରଣ ପାଇଁ ମାଓବାଦୀମାନେ ଯୋଜନା କରିଥିବା ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here