୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ୧୦ଟି କ୍ଷେତ୍ରରେ ୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ନେଇ ଆଜି ଲୋକସେବା ଭବନରେ ସବୁଜ ସଙ୍କେତ ଦେଇଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସପ୍ତମ ପର୍ଯ୍ୟାୟ ଶିଳ୍ପାୟନ ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ଏହି ପ୍ରକଳ୍ପ ଉଦଘାଟନ ହୋଇଛି । ସମୁଦାୟ ୪୪୬୧ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ ଓ ଏହା ଦ୍ୱାରା ୯୨୩୦ଜଣ କର୍ମନିଯୁକ୍ତି ପାଇ ପାରିବେ । ପୂର୍ବରୁ ୬ଟି ପର୍ଯ୍ୟାୟରେ ୧୨୦ଟି ପ୍ରକଳ୍ପର ପ୍ରତିଷ୍ଠା ହୋଇସାରିଛି । ଯେଉଁଥିରେ ୯୨ହଜାର ୬୮୬ କୋଟି ଟଙ୍କା ବିନିଯୋଗ ହୋଇଥିଲା । ଏଥିରେ ୧ଲକ୍ଷ ୨୦ହଜାର ଜଣ ନିଯୁକ୍ତି ପାଇ ସାରିଛନ୍ତି । ତେବେ ମେକଇନ ଓଡିଶାର ୨୦୨ ପ୍ରକଳ୍ପକୁ ଅନୁମତି ମିଳିଥିଲା । ୨୦୨ ପ୍ରକଳ୍ପରୁ ୬୨ ଟି ପ୍ରକଳ୍ପକୁ ଅନୁମତି ମିଳିସାରିଛି ବୋଲି, ସୂଚନା ଦେଇଛନ୍ତି ଶିଳ୍ପ ସଚିବ ସଂଜିବ ଚୋପ୍ରା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ସଂପୃକ୍ତ କମ୍ପାନୀକୁ ଶୁଭେଚ୍ଛା ଜଣାଇଛନ୍ତି । ନବୀନ କହିଛନ୍ତି,ଶିଳ୍ପରେ ପୁଞ୍ଜିନିବେଶ ପାଇଁ ଓଡିଶା ହେଉଛି ଉପଯୁକ୍ତ ସ୍ଥାନ । ଏହି ଶିଳ୍ପାୟନ ଓଡିଶାର ବିକାଶଧାରାକୁ ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here