ସଂକ୍ରମଣ ହୁ ହୁ ହୋଇ ବଢୁଛି । କେତେବେଳେ ସରକାର ମାର୍କେଟ ବିଲ୍ଡିଂ, ମଲ୍, କଂପ୍ଲେକ୍ସ ବନ୍ଦ କରୁଛନ୍ତି ତ ଆଉ କେତେବେଳେ ସିଲ୍ କରୁଛନ୍ତି । ଆଜି କଟକ ସହରରେ ଦିନ ଦୁଇଟା ପରଠାରୁ ଦୋକାନ ବଜାର ବନ୍ଦ ରଖିବାକୁ ସିଏମସି ନିଷ୍ପତ୍ତି ନେଇଛି । ତେବେ ରାଜ୍ୟ ବ୍ୟବସାୟୀ ମହାସଂଘ ଆଉ ପାଦେ ଆଗକୁ ଯାଇ ସାରାରାଜ୍ୟରେ ଦିନ ଦୁଇଟା ପରଠାରୁ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ଆସନ୍ତା 3 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ବ୍ୟବସାୟୀ ମହାସଂଘର ଏ ନିଷ୍ପତ୍ତି ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଥିବା ମହାସଂଘର ସଂପାଦକ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here