ଝୁରୁଛି ଦେଶ, କାନ୍ଦୁଛି ମାଟି । ଖାଲି ହିନ୍ଦୁ ନୁହେଁ ପୁଲୱାମା ଆତ୍ମଘାତୀ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛି ରାୟଗଡା ମୁସଲିମ ଆସୋସିଏସନ । ସହିଦ ଯବାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ମସଜିଦ୍ରେ ସମୂହ ନମାଜ ପାଠ କରିଛନ୍ତି ମୁସଲିମ ସମ୍ପ୍ରଦାୟର ଲୋକେ । ଶତାଧିକ ମୁସଲମାନ୍ ଭାଇମାନେ ପାକିସ୍ଥାନ ମୁର୍ଦାବାଦ୍ ନାରାଦେଇ ସହର ପରିକ୍ରମା କରିବା ସହ ମୁସଲମାନ ଧର୍ମ ପାଇଁ ଏହା ଏକ ନିନ୍ଦନୀୟ ଘଟଣାବୋଲି ସଂଘର କର୍ମକର୍ତ୍ତାମାନେ କହିଥିଲେ । ପାକିସ୍ଥାନ ଆତଙ୍କବାଦୀ ମାନଙ୍କୁ ପ୍ରଶୟ ଦେଉଥିବା ବେଳେ ପୁଲୱାମା ଘଟଣାରେ ସେମାନଙ୍କୁ ଉଚିତ ଜବାବ ଦେବା ଆବଶ୍ୟକ ବୋଲି ମୁସଲିମ୍ ସଂଘର ସଭାପତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here