ଗତ ମଙ୍ଗଳବାର ଦିନ ଢେଙ୍କାନାଳ କାଉଁରିଆପାଳ ନିକଟରେ ଟ୍ରକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ବଣିଆପଡାର ପବିତ୍ର ସେନାପତି । ଟ୍ରକ ଚାଳକଙ୍କ ବେପରଓ୍ବା ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟିବା ଏବଂ ଏଥିରେ ପବିତ୍ରଙ୍କ ମୃତ୍ୟୁ ହୋଇଥିବାରୁ କ୍ଷତିପୂରଣ ଦାବିରେ ଲୋକେ 55 ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଦୀର୍ଘ ସମୟ ଧରି ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିବା ଯୋଗୁ ଗାଡି ଚଳାଚଳ ବ୍ୟାହତ ହୋଇଥିଲା । ଓଡାପଡା ବିଡିଓ ଲୋକମାନଙ୍କୁ ବୁଝାଶୁଝା କରିବା ସହ 15 ହଜାର ଟଙ୍କା ସହାୟତା ଦେବାକୁ ପ୍ରତିଶ୍ରୁତି ଦେବା ପରେ ଗାଁ ଲୋକେ ରାସ୍ତାରୁ ଶବ ଉଠାଇଥିଲେ ।

LEAVE A REPLY

Please enter your comment!
Please enter your name here