ଭୁବନେଶ୍ୱରଠାରେ ନଭେମ୍ବର 11 ଠାରୁ 5 ଦିନ ଧରି ଆରମ୍ଭ ହେବାକୁ ଯାଉଛି ମେକ୍ ଇନ୍ ଓଡିଶା କନକ୍ଲେଭ୍. ଏହି କନକ୍ଲେଭ୍ ରେ ଯୋଗ ଦେବେ ବିଭିନ୍ନ ଦେଶର 60 ଜଣ ପ୍ରତିନିଧି. ଯାହା ମଧ୍ୟରେ ସାମିଲ ରହିଛି ଚାଇନା, ଜର୍ମାନୀ, ଜାପାନ, ଇଟାଲୀ, ସାଉଥ୍ କୋରିଆ, ୟୁନାଇଟେଡ୍ ଆରବ୍ ଏମିରେଟସ୍ ଭଳି ଦେଶ. ତେବେ ଶୁକ୍ରବାର ଦିନ ରାଜ୍ୟ ସଚିବାଳୟରେ FICCI (Federation of Indian Chambers of Commerce and Industry) ର ପ୍ରତିନିଧିଙ୍କ  ସହ ଉଦ୍ୟୋଗ ମନ୍ତ୍ରୀ ଅନନ୍ତ ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚ ସ୍ତରୀୟ ବୈଠକରେ ଏହା କୁହାଯାଇଛି. ରିପୋର୍ଟ ଅନୁସାରେ, FICCI ର ମହାସଚିବ ଦିଲ୍ଲିପ୍ ଚେନଏ ଏବଂ ଉପ ମହାସଚିବ ଅରୁଣ ଚାୱଲା କହିଛନ୍ତି, 60ଜଣ ବିଦେଶୀ ଉଦ୍ୟୋଗୀଙ୍କ ସହ ଭାରତର 50 ଟି ବଡ ଉଦ୍ୟୋଗ ମଧ୍ୟ ସମ୍ମିଳନୀରେ ନିଜ ଉତ୍ପାଦର ପ୍ରଦର୍ଶନ କରିବେ.

LEAVE A REPLY

Please enter your comment!
Please enter your name here