ସବୁ ଅପେକ୍ଷାର ହୋଇଛି ଅନ୍ତ । ଦୀର୍ଘଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ପଡିଛି ପୂର୍ଣ୍ଣଛେଦ । ସମସ୍ତଙ୍କ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ ଉଙ୍କିମାରୁ୍ଥିଲା । କେଉଁ ଆସନରୁ କିଏ ଜିତିବ ଆଉ କିଏ ହାରିବ । ଏମିତି କି ଭୋଟ ଗଣତି ବେଳେ କିଏ ଆଗରେ ରହୁଥିଲେ ତ କିଏ ପଛରେ ରହୁଥିଲେ । ତେବେ ଅପେକ୍ଷାର ଅନ୍ତ ଘଟାଇ ବିଜେଡି ବାଜିମାତ କରିଛି । ରାୟଗଡା ବିଧାନସଭା କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ମକରନ୍ଦ ମୁଦୁଲି ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେଡି ଦଳର ଲାଲ ବିହାରୀ ହିମିରିକା ଙ୍କ ଠାରୁ ୪୮୩୮ ଭୋଟ୍ରେ ବିଜୟୀ ହୋଇଛନ୍ତି । ଜିତିବାର ଶ୍ରେୟ ରାୟଗଡା ନିର୍ବାଚନ ମଣ୍ଟଳୀର ସାଧାରଣ ଲୋକ ଓ ସ୍ତାନୀୟ ନେତୃବୃନ୍ଦଙ୍କୁ ଦେଇଛନ୍ତି । ଶିକ୍ଷା ଓ ସ୍ୱାସ୍ତ୍ୟ ଦୂରିକରଣ ଦିଗରେ ସେ କାମକରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here