ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣୀ (୩୪) ବିଶ୍ୱାଳ ଙ୍କର ସନ୍ଦେହ ଜନକ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ରୂପେଶ ଭଦ୍ରଙ୍କ ଗେଷ୍ଟହାଉସ ରଙ୍ଗଶାଳାକୁ ଭାଙ୍ଗିବା ଲାଗି ପ୍ରଶାସନ ଆଜି ଉଦ୍ୟମ ଆରମ୍ଭ କରିଛି । ସୂଚନାଅନୁଯାୟୀ ଆଜି ସକାଳ ୮ଟାରେ ତହସିଲଦାର ସରୋଜ କୁମାର ପଣ୍ଡା ଓ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ରଙ୍ଗଶାଳାକୁ ଭାଙ୍ଗିବା ଲାଗି ପହଞ୍ଚିଥିଲେ । ଏଠାରେ ପୂର୍ବରୁ ଉପସ୍ଥିତ ଥିଲେ ରୂପେଶ ଭଦ୍ରଙ୍କ ସ୍ତ୍ରୀ ତଥା ସରପଞ୍ଚ ମଧୁସ୍ମିତା ଭଦ୍ର ଓ ତାଙ୍କର ସମର୍ଥକମାନେ ଏବଂ ସେମାନେ ରଙ୍ଗଶାଳାକୁ ଭାଙ୍ଗିବାକୁ ବିରୋଧ କରିଛନ୍ତି । ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଛି । ସେଠାରେ ୩ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି । ରଙ୍ଗଶାଳାକୁ ଭଙ୍ଗିବା ପାଇଁ ଦୁଇଟି ହାଇଡ୍ରା ମେସିନ ଗୋଟିଏ ବୁଲଡ୍ରୋଜର ନିୟୋଜିତ କରାଯାଇଛି । ରଙ୍ଗଶାଳାକୁ ଭଙ୍ଗାଯିବା ପୂର୍ବରୁ ସେଠାରୁ ୧୦ଟି ଟ୍ରାକ୍ଟରରେ ଗେଷ୍ଟ ହାଉସ ଭିତରେ ଥିବା ସମସ୍ତ ଆସବାବପତ୍ରକୁ ସ୍ତାନାନ୍ତର କରାଯାଇଛି ।ସୂଚନାଯୋଗ୍ୟ ସ୍ମୀତାରାଣୀଙ୍କ ହତ୍ୟା ମାମଲାରେ ରଙ୍ଗଶାଳା ଗେଷ୍ଟହାଉସ ମାଲିକ ରୂପେଶ ଭଦ୍ରକୁ ଗିରଫ କରାଯାଇଥିଲା । ଗିରଫ କରାଯିବାପରେ ରୂପେଶ ଭଦ୍ରଙ୍କ ସ୍ତ୍ରୀ ତଥା ସରପଞ୍ଚ ମଧୁସ୍ମିତା ଭଦ୍ର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ବିରୋଧରେ ଆଣିଥିଲେ ସଙ୍ଗୀନ ଅଭିଯୋଗ । କହିଥିଲେ ତାଙ୍କ ସ୍ୱାମୀ ନିର୍ଦ୍ଦୋଷ । ତାଙ୍କ ସ୍ୱାମୀ ରୂପେଶଙ୍କ ଉପରେ ସ୍ମୀତାରାଣୀଙ୍କ ନଜର ଥିବା କଥା କହିଥିଲେ । ଅନ୍ୟପକ୍ଷରେ ଯାଯପୁର ଏସ୍ ପି ଚରଣ ସିଂ ମୀନା ସ୍ମୀତାରାଣୀ ଓ ରୂପେଶ ଭଦ୍ରଙ୍କ ନିବିଡ ସଂପର୍କ ଥିବା କହିଥିଲେ । ପରେ ସେମାନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା ଏବଂ ଆତ୍ମହତ୍ୟା ପାଇଁ ରୂପେଶ ତାଙ୍କୁ ପ୍ରବର୍ତ୍ତାଇବା କଥା କହିଥିଲେ ।

LEAVE A REPLY

Please enter your comment!
Please enter your name here