ଦରଦାମ ବୃଦ୍ଧି ଓ ସିଏଏକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯ଼ାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ ଗସ୍ତରେ ଯ଼ାଇଥିଲେ ଓ ବାରିପଦା ନିକଟସ୍ଥ ବାଙ୍କିଶୋଳ ନିକଟରେ ମୁଖ୍ୟମନ୍ତ୍ରୀ ଆଦାନୀ କିସ୍ ଘରୋଇ ବିଦ୍ୟାଳୟ ଉଦଘାଟନ କରିଥିଲେ ଓ ସମାରୋହରେ ସାଂସଦ ଅଚ୍ୟୁତ ସାମନ୍ତ ଓ ଆଦାନୀ ଗ୍ରୁପର ଅଧ୍ୟକ୍ଷା ପ୍ରୀତି ଜି ଆଦାନୀ ଯ଼ୋଗଦେଇଥିଲେ ଓ ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କ ପାଇଁ ୪୦ଟି ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ ଓ ଏହା ମଧ୍ୟରେ ରହିଛି ପାନୀୟ ଜଳ ଯ଼ୋଗାଣ ପାଇଁ ପାଇପ ବିଛାଇବା, ବ୍ରିଜ ନିର୍ମାଣ, ସରକାରୀ ମହିଳା ମହାବିଦ୍ୟାଳୟର ବିଜ୍ଞାନ ଗୃହ ନିର୍ମାଣ ଭଳି ଅନେକ ପ୍ରକଳ୍ପ ଓ ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ଶ୍ରୀହରିବଳଦେବଜୀଉ ମନ୍ଦିରର ଉନ୍ନତି ପାଇଁ ପାଂଚ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ ଓ ଏହିସବୁ ସମାରୋହରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସମେତ ସ୍ଥାନୀୟ ସାଂସଦ ଓ ବିଧାୟକ ଉପସ୍ଥିତ ରହିଥିଲେ

LEAVE A REPLY

Please enter your comment!
Please enter your name here