ପ୍ରାଧ୍ୟାପିକା ଡ଼. ଦମୟନ୍ତି ବେଶ୍ରା । ତାଙ୍କର ଦୀର୍ଘଦିନର ନିରବଚ୍ଛିନ୍ନ ସାହିତ୍ୟ ସାଧନା ପାଇଁ ସମଗ୍ର ରାଜ୍ୟ ଆଜି ଗୌରବାନ୍ବୀତ. ବିଶେଷକରି ମୟୁରଭଂଜ ଜିଲ୍ଲା ପାଇଁ ସେ ଆଣି ଦେଇଛନ୍ତି ଗର୍ବ ଓ ଗୌରବ. ଓଡିଆଭାଷା ସହିତ ସାନ୍ତାଳୀଭାଷା ସାହିତ୍ୟରେ ଗବେଷଣା ଓ ଶିକ୍ଷା ଲାଗି ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି. ବର୍ତମାନ ବାରିପଦାର ଏମ.ପି.ସି ସ୍ୱୟଂସାଶିତ କଲେଜରେ ଓଡିଆ ବିଭାଗରେ ପ୍ରାଧ୍ୟାପକ ଭାବେ କାର‌୍ୟ୍ୟରତ ଡ.ଦମୟନ୍ତୀ ୨୦୦୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି । ତେବେ ଓଡିଆ ଓ ସାନ୍ତାଳୀ ସାହିତ୍ୟରେ ଗବେଷଣା କରି ପଦ୍ମଶ୍ରୀ ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ମହିଳା,. ସଂସଦରେ ସାନ୍ତାଳୀ ଭାଷାକୁ ମାନ୍ୟତା ମିଳିବାରେ ତାଙ୍କ ପରିଶ୍ରମ ଓ ଦାନ ଅତୁଳନୀୟ। ତାଙ୍କର ଏହି ଅନନ୍ୟ ସଫଳତା ଲାଗି ବାରିପଦା ସହିତ ଜିଲ୍ଲା ଓ ରାଜ୍ୟର ସବୁ ମହଲରୁ ତାଙ୍କ ଲାଗି ଶୁଭେଚ୍ଛାର ସୁଅ ଛୁଟିଛି । ତାଙ୍କର ଏହି ଅତୁଳନୀୟ ସାହିତ୍ୟ କୃତୀ ପାଇବାରେ ଯେଉଁ ମାନଙ୍କ ସାହାଯ୍ୟ ସହଯୋଗ ରହିଛି, ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଡ. ଦମୟନ୍ତୀ । ସାହିତ୍ୟର ଏହି ଲମ୍ବା ଯାତ୍ରାରେ ତାଙ୍କ ସ୍ୱାମୀ ଡ. ଗଙ୍ଗାଧର ହାଁସଦାଙ୍କ ଭୁମିକା ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି.

LEAVE A REPLY

Please enter your comment!
Please enter your name here