ଯାତ୍ରୀଙ୍କ ଅସୁବିଧାକୁ ନଜରରେ ରଖି ଭୁବନେଶ୍ୱର-କେନ୍ଦୁଝର , ଭୁବନେଶ୍ୱର-ପୁରୀ, ଅନୁଗୁଳ-ପୁରୀ ମଧ୍ୟରେ ‘ମେମୁ’ଟ୍ରେନ୍ ଚଳାଚଳ କରିବ । ଏହାସହିତ ପୁରୀ ହାଟିଆ, ପୁରୀ-ସମ୍ବଲପୁର, ପୁରୀ-ପାରାଦ୍ୱୀପ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ସ୍ଥର ହୋଇଛି । ପାସେଞ୍ଜର ଏବଂ ‘ମେମୁ’ ଟ୍ରେନ ଚଳାଚଳ ହେଉନଥିବାରୁ ଯାତ୍ରୀ ହଇରାଣ ହେଉଥିବା ନେଇ ଲଗାତାର ଭାବେ ଖବର ପ୍ରକାଶ ପାଇବା ପରେ ପୂର୍ବତଟ ରେଳପଥ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର-କେନ୍ଦୁଝର ‘ମେମୁ’ ମାର୍ଚ୍ଚ ୩୦ରୁ ଅପରାହ୍ନ ୪ଟା ୩୫ରେ ଭୁବନେଶ୍ୱର ଛାଡି ରାତି ୯ଟା ୩୫ରେ କେନ୍ଦୁଝରରେ ପହଁଞ୍ଚିବ । ଏବଂ କେନ୍ଦୁଝର-ଭୁବନେଶ୍ୱର ‘ମେମୁ’ ସକାଳ ୬ଟା ୩୦ରେ କେନ୍ଦୁଝରରୁ ବାହାରି ପୂର୍ବାହ୍ନ ୧୧ଟା ୫ରେ ଭୁବନେଶ୍ୱରରେ ପହଁଞ୍ଚିବ । ସେହିପରି ପୁରୀ-ଅନୁଗୁଳ ‘ମେମୁ’ ଏପ୍ରିଲ ୫ରୁ ଅପରାହ୍ନ ୪ଟା ୪୫ରେ ପୁରୀରୁ ବାହାରି ରାତି ୯ଟା ୩୦ ମିନିଟରେ ପହଁଞ୍ଚିବ । ଅନୁଗୁଳ-ପୁରୀ ‘ମେମୁ’ ସକାଳ ୫ଟା ୪୫ରେ ଅନୁଗୁଳରୁ ବାହାରି ପୂର୍ବାହ୍ନ ୧୦ ଟା ୨୦ରେ ମିନିଟରେ ପୁରୀରେ ପହଁଞ୍ଚିବ । ଅନ୍ୟପକ୍ଷରେ ପୁରୀ ହାଟିଆ , ପୁରୀ ଟ୍ରେନ ଏପ୍ରିଲ ପହିଲାରୁ ପୁରୀରୁ ରାତି ୮ଟା ୩୦ରେ ଛାଡି ପରଦିନ ପୂର୍ବାହ୍ନ ୧୦ଟା ୪୫ରେ ହାଟିଆରେ ପହଁଞ୍ଚି । ଏବଂ ହାଟିଆ ପୁରୀ ଟ୍ରେନ୍ ଏପ୍ରିଲ ୨ରୁ ଅନରାହ୍ନ ୪ଟାରେ ହାଟିଆରୁ ବାହାରି ପରଦିନ ସକାଳ ୬ଟାରେ ପୁରୀରେ ପହଁଞ୍ଚିବ ।

LEAVE A REPLY

Please enter your comment!
Please enter your name here