ଓଡିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ବିଚାରପତି ଅଜିତ ସିଂହ. ରାଜ୍ୟପାଳ ଗଣେଶୀ ଲାଲ ରବିବାର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି. ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିବା ଅଜିତ ସିଂହଙ୍କୁ ଓଡିଶା ଲୋକାୟୁକ୍ତର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି.  ଓଡିଶାରେ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ ହେବାପରେ ଅଜିତ ପ୍ରଥମ ଲୋକାୟୁକ୍ତ ଭାବେ କାର୍ଯ୍ୟ କରିବେ.  ବାରମ୍ବାର ବିରୋଧୀ ଦଳ ଏହି ପ୍ରସଙ୍ଗକୁ କେନ୍ଦ୍ର କରି ସରକାରଙ୍କୁ ଘେରୁଥିବା ବେଲେ ଗତ 11 ତାରିଖରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ  ସତ୍ୟପାଠ ଦାଖଲ କରିଥିଲେ.

LEAVE A REPLY

Please enter your comment!
Please enter your name here