ରାଜ୍ୟରେ ପ୍ରତିବର୍ଷ ଶ୍ରୀ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ତିଥୀରେ ପାଳନ କରାଯାଏ ରସଗୋଲା ଦିବସ । ଐତିହାସିକ ଓ ଗବେଷକଙ୍କ ମତରେ ଦ୍ୱାଦଶ ଶତାଦ୍ଦୀରୁ ନୀଳାଦ୍ରି ବିଜେ ସମୟରେ ମହାଲକ୍ଷ୍ମୀଙ୍କୁ ରସଗୋଲା ଉପହାର ଦେବା ବହୁ ପୁରାତନରୁ ଚାଲି ଆସୁଛି । ତେବେ ଏହି ତିଥିରେ ପୁରୀ ବଡଦେଉଳର ଜୟ ବିଜୟ ଦ୍ୱାରରେ ମହାଲକ୍ଷ୍ମୀଙ୍କ କ୍ରୋଧ ଭାଙ୍ଗିବା ପାଇଁ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ରସଗୋଲା ଉପହାର ଦିଆଯାଇଥାଏ । ଏହି ରସଗୋଲା ଉତ୍ପତିକୁ ନେଇ ୩ ବର୍ଷ ତଳେ ଓଡିଶା ଓ ବଶ୍ଚିମବଙ୍ଗ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହି ଦିବସକୁ ଓଡିଶା ଲୋକ ବେଶ୍ ଆଡମ୍ବରେ ପାଳନ କରନ୍ତି ଏବଂ ଭକ୍ତ ମାନେ ମହାପ୍ରଭୁଙ୍କୁ ମଧ୍ୟ ରସଗୋଲା ଭୋଗ ଲଗାଇଥାନ୍ତି ।

LEAVE A REPLY

Please enter your comment!
Please enter your name here