ବୋରିଗୁମା : କଳାହାଣ୍ଡି ଜିଲ୍ଲା ବୋରିଗୁମା ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । କାର ଓ ବାଇକ ମୁହାଁ ମୁହିଁ ହେବା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି ଓ ୩ ଜଣ ଆହତ ହୋଇଛନ୍ତି । ସୂଚନାମୁତାବକ, ବୋରିଗୁମା ଜାତୀୟ ରାଜପଥ NH-୨୬ ରେ ଏକ କାର୍ ଓ ବାଇକ ମୁହାଁ ମୁହିଁ ହୋଇଥିଲା । ମୃତ ବ୍ୟକ୍ତି ଜଣକ କାପସରା ଗ୍ରାମର ଉପାଶୀ ଧାଙ୍ଗଡାମାଝୀ ବୋଲି ଜଣାପଡିଛି ।ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଗୁରୁତର ୩ ଜଣଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଗାଡିକୁ ଅଟକ ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଭବାନୀପାଟଣା ବୋରିଗୁମା ଜାତୀୟ ରାଜପଥରେ ଯାତାୟତ ବନ୍ଦ ରହିଥିଲା । ଘଟଣା ସ୍ଥଳରେ ପୋଲିସ ଓ ତହସିଲଦାର ପହଞ୍ଚି ବୁଝାସୁଝା ପରେ ଗ୍ରାମବାସୀ ଶବ ବ୍ୟବଚ୍ଛେଦ ପାଇଁ ଛାଡିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here