ଗତକାଲି ରାତିରେ ମଂଚେଶ୍ୱର ଅଂଚଳରେ ଜଣେ ହୋଟେଲ ମାଲିକଙ୍କଠୁ ଲୁଟ ଘଟଣା ଉଗ୍ର ରୂପ ଧାରଣ କରିଛି । ଲୁଟେରାଙ୍କୁ ତୁରନ୍ତ ଗିରଫ ଦାବିରେ ସ୍ଥାନୀୟଲୋକେ ରସୁଲଗଡରେ ରାସ୍ତା ରୋକ କରିଛନ୍ତି । ଫଳରେ କଟକ-ଭୁବନେଶ୍ୱର ମଧ୍ୟରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ସୂଚନାନୁସାରେ, ଗତକାଲି ରାତିରେ ଜଣେ ହୋଟେଲ ମାଲିକଙ୍କଠୁ ଲୁଟ ହୋଇଥିଲା । ସେ ହୋଟେଲରୁ ଫେରୁଥିବା ସମୟରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟ କରାଯାଇଥିଲା । ଏବେ ହୋଟେଲ ମାଲିକଜଣଙ୍କ ଗୁରୁତର ଅବସ୍ଥାରେ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆଜି ସ୍ଥାନୀୟ ଅଂଚଳରେ ଏହି ଲୁଟକୁ ତୀବ୍ର ବିରୋଧ କରାଯାଇଛି । ଲୁଟେରାଙ୍କୁ ଗିରଫ ଦାବିରେ ରସୁଲଗଡରେ ରାସ୍ତାରୋକ କରାଯାଇଛି । ସ୍ଥାନୀୟବାସୀନ୍ଦା ହୋହାଲ୍ଲା କରିବା ସହ ପୋଲିସ ତୁରନ୍ତ କାର୍ୟ୍ୟାନୁଷ୍ଟାନ ନେଉନାହିଁ ବୋଲି ଅଭିଯୋଗ କରିଛନ୍ତି । ରାସ୍ତାରୋକ ଫଳରେ ଭୁବନେଶ୍ୱର-କଟକ ମଧ୍ୟରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଶହଶହ ସଂଖ୍ୟାରେ ଯାନବାହାନ ରାସ୍ତାର ଉଭୟ ପାଖରେ ଅଟକି ରହିଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here