ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସମଗ୍ର ବିଶ୍ୱସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଉତ୍ତମ ବୈଦେଶିକ ନୀତି ଯୋଗୁ ବିଭିନ୍ନ ରାଷ୍ଟ୍ର ସହ ସୁସଂପର୍କ ସୁଦୃଢ ହୋଇଛି । ସେଥିପାଇଁ ମୋଦୀଙ୍କ ନେତୃତ୍ୱରେ ବିଜେପି ପୁଣି କେନ୍ଦ୍ରରେ ସରକାର ଗଠନ କରିଛି । ମାତ୍ର ପ୍ରଚଳିତ ସଂସଦୀୟ ବ୍ୟବସ୍ଥାରେ ବିଧାନସଭା ହେଉ ଅଥବା ସଂସଦ, ନିର୍ବାଚିତ ହେଉଥିବା ଲୋକ ପ୍ରତିନିଧିଙ୍କ ପାଇଁ କୌଣସି ଶିକ୍ଷାଗତ ଯୋଗ୍ୟତା ନାହିଁ । ଏକ ବିକାଶଶୀଳ ରାଷ୍ଟ୍ରର ଆଇନ ପ୍ରଣୟନ କରୁଥିବା ବ୍ୟବସ୍ଥାପକ ସଭାର ସଦସ୍ୟ ହେବା ପାଇଁ କୌଣସି ଶିକ୍ଷାଗତ ଯୋଗ୍ୟତା ରଖା ନଯିବା କେତେଦୂର ଯୁକ୍ତିଯୁକ୍ତ ବୋଲି ବାଙ୍କୀ ବୟୋଜ୍ୟେଷ୍ଠ ନାଗରିକ ସଂଘ ପ୍ରଶ୍ନ କରିଛି । ଏ ସଂପର୍କରେ ସଂଘର ସଭାପତି ଆଡଭୋକେଟ ବିରଞ୍ଚି ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖିଛନ୍ତି । ଏକ ଜନକଲ୍ୟାଣକାରୀ ରାଷ୍ଟ୍ରର ଆଇନପ୍ରଣେତାଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ରଖାଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଏହି ପ୍ରସଙ୍ଗ ଉପରେ ସଂସଦରେ ବିତର୍କ ହେବା ଦରକାର ଏବଂ ସାଂସଦ ଓ ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତା ସଂପର୍କିତ ଆଇନରେ ସଂଶୋଧନ ପ୍ରସ୍ତାବ ଆଣିବା ପାଇଁ ବୟୋଜ୍ୟେଷ୍ଠ ନାଗରିକ ସଂଘ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here