ଭୁବନେଶ୍ୱରରେ ବାଣ ବିକ୍ରୀ ଏବଂ ବାଣ ଫୁଟା ନେଇ ନିର୍ଦ୍ଦେଶାବଳୀ ଜାରି କରିଛି କମିଶନରେଟ ପୋଲିସ । ଦୀପାବଳି ଦିନ ୨ ଘଣ୍ଟା ବାଣ ଫୁଟିବ । ରାତି ୮ଟାରୁ ୧୦ଟା ବାଣ ଫୁଟା ପାଇଁ ଅନୁମତି ମିଳିଛି । ନିର୍ଦ୍ଧାରିତ ସମୟ ବାହାରେ ବାଣ ଫୁଟାଇଲେ ଜରିମାନା ଦେବାକୁ ପଡିବ । ସାଇଲେନ୍ସ ଜୋନରେ ୧୦୦ ମିଟର ଭିତରେ ବାଣଫୁଟା ମନା । ଅର୍ଥାତ୍ ହସ୍ପିଟାଲ , ଶିକ୍ଷାନୁଷ୍ଠାନ ଏବଂ କୋର୍ଟ ପରିସରର ୧୦୦ ମିଟର ଭିତରେ ବାଣ ଫୁଟାଇବା ନିଷିଦ୍ଧ । ଗୋଟିଏ ସ୍ଥାନରେ ୫୦ରୁ ଅଧିକ ଦୋକାନ ରହିବ ନାହିଁ । ବାଣ ଦୋକାନ ଭିତରେ ୩ ମିଟର ଦୂରତା ଏବଂ ଦୋକାନ ଗୁଡିକର ଫ୍ଲୋର ଏରିଆ ୧୦-୧୨ ବର୍ଗ ମିଟର ଭିତରେ ରହିବ । ଧାଡିରେ ରହିବ ଦୋକାନ, ମୁହାଁମୁହିଁ ରହିବ ନାହିଁ । ଦୋକାନରେ ଦୀପ, ଗ୍ୟାସ ଲ୍ୟାମ୍ପ କିମ୍ବା ମହମବତୀ ଜାଳିବା ମନା ।

LEAVE A REPLY

Please enter your comment!
Please enter your name here