ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ରଞ୍ଜିତ କୁମାର ଚଳିତ ମାସ ୨୨ଓ ୨୩ରେ ପୁରୀ ଆସିବେ । ମଙ୍ଗଳବାର ସୁପ୍ରିମକୋର୍ଟ ଆମିକସକ୍ୟୁରୀଙ୍କୁ ପୁରୀ ଶ୍ରୀମନ୍ଦିର ଯାଇ ରିପୋର୍ଟ ପ୍ରସ୍ତୁତ କରି କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମନ୍ଦିରର ସମସ୍ତ ସେବାୟତ ଓ ଅନ୍ୟାନ୍ୟ ସତ୍ତ୍ଵ।ଧିକାରୀମାନଙ୍କ ସହ ମନ୍ଦିର ସଂପର୍କରେ ଆଲୋଚନା କରିବେ । ଫେବ୍ରୁଆରୀ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଜଷ୍ଟିସ୍‌ ଏ.କେ. ସିକ୍ରି, ଜଷ୍ଟିସ୍‌ ଏସ ଅବଦୁଲ ନଜିର ଓ ଜଷ୍ଟିସ ଏମ୍‌ଆର ଶାହାଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି । ସୁଚନାଅନୁସାରେ, ନଭେମ୍ବର ୨୫ତାରିଖରେ ସୁପ୍ରିମକୋର୍ଟ ନିଯୁକ୍ତି ଦେଇଥିବା ଆମିକସ୍‌ କ୍ୟୁରୀ ପଦରୁ ଇସ୍ତଫା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here