ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱ କପ୍. ଏହି ଇଭେଣ୍ଟକୁ ଅଧିକ ଆକର୍ଷିତ କରିବା ପାଇଁ ରାଜଧାନୀର ଧଳା କାନ୍ଥକୁ ଚିତ୍ରିତ କରିବା ପାଇଁ ଲାଗିପଡିଛନ୍ତି ଚିତ୍ରଶିଳ୍ପୀ. ତେବେ ପୂର୍ବବର୍ଷ ଏସିଆନ ଆଥଲେଟିକ୍ସ ଚାମମ୍ପିୟନସିପ ସମୟରେ ରାଜଧାନୀର କାନ୍ଥରେ କରାଯାଇଥିବା ଚିତ୍ର ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥିଲା . ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଷ୍ଟ୍ରିଟ୍ ଆର୍ଟ ଆଣ୍ଡ ମୁରାଲସ ପ୍ରୋଜେକ୍ଟ ତରଫରୁ ଚଳିତ ବର୍ଷ ୧୦ଟି ଏଜେନ୍ସିକୁ ସମ୍ମାନିତ କରିଛି. ଏଥିରେ ସାମିଲ ଥିବା ଆର୍ଟିଷ୍ଟ ଓ ଗ୍ରୁପକୁ ଭାଗ କରିଦିଆଯାଇଛି.ଯେଉଁଥିରେ ବକୁଳ ଫାଉଣ୍ଡସନ, ଗୋପାଳକୃଷ୍ଣ ରଥ, ସତ୍ୟଭାମା ମାଝି, ଭର୍ଚ୍ୟୁ କମ୍ୟୁନିକେସନ, ପିନାକି ରଞ୍ଜନ ମହାନ୍ତି, ରଶ୍ମିରଞ୍ଜନ ଜେନା, କୃତ୍ତିକା, ମାଷ୍ଟର ମାଇଣ୍ଡ, ବ୍ରସିଂ ପଏଣ୍ଟ ଓ ଓଡିଶା ମର୍ଡନ ଆର୍ଟ ଗ୍ୟାଲେରି ସାମିଲ ଅଛି. ତେବେ ଏହି କଳାକାରମାନଙ୍କ ଦ୍ୱାରା କରାଯାଇଥିବା ପେଣ୍ଟିଂ ପରସ୍ପରଙ୍କ ଠାରୁ ଭିନ୍ନ ରହିବ ମାତ୍ର ଏହା ହକି ବିଶ୍ୱ କପକୁ ଆକର୍ଷିତ କରିବ. ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୧୬ ପର୍ୟ୍ୟନ୍ତ ଓଡିଶା ହକି ପୁରୁଷ ବିଶ୍ୱ କପ୍ ଆରମ୍ଭ ହେବାକୁ ଯାଉଛି.

LEAVE A REPLY

Please enter your comment!
Please enter your name here