ହିନ୍ଦୋଳ ବ୍ଲକର ବାବନ୍ଧ ଗ୍ରାମ ପଞ୍ଚାୟତର ବାବନ୍ଧ ଏବଂ ବେଡାପଡା ଗ୍ରାମରେ ୫୦ ରୁ ଉର୍ଦ୍ଧ୍ବ ପଜିଟିଭ କେଶ ଥିବା ବେଳେ ଆଜି ବାବନ୍ଧରୁ ୫୪ ଓ ବେଡାପଡା ଗ୍ରାମରୁ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦ୍ରୁତ ସଂକ୍ରମଣକୁ ରୋକିବା ପାଇଁ ଢେ଼ଙ୍କାନାଳ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ହିନ୍ଦୋଳ ସବ-କଲେକ୍ଟର ଉଦୟନାଥ ମହାପାତ୍ର ,ତହସିଲଦାର ସୁଶାନ୍ତ ମିଶ୍ର, ସରପଞ୍ଚ ମିନାକ୍ଷୀ ସାମଲ, ସମିତି ସଭ୍ୟ ଛବିରାଜ ବିଶ୍ୱାଳଙ୍କ ସହଯୋଗରେ ଦୁଇଟି ଯାକ ଗ୍ରାମକୁ ମାଇକ୍ରୋ କଣ୍ଟେନମେଟ ଜୋନ ଘୋଷଣା କରାଯାଇଛି । ଗାଁ ପ୍ରବେଶ ପଥକୁ ସିଲ୍ କରାଯିବା ସହ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା କୋଭିଡ କିଟ୍ ବଣ୍ଟନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here