ଯାଇ ପାରିଲେ ନାହିଁ ସଭାସ୍ଥଳକୁ, ଶେଷରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ଟେଲିଫୋନ ମାଧ୍ୟମରେ ନିଜର ଅଭିଭାଷଣ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତାଙ୍କର ଆଜି ବ୍ରହ୍ମପୁର ଓ ଫୁଲବାଣୀରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ମାତ୍ର ନାଇଟ୍ ଭିଜନ ବ୍ୟବସ୍ଥା ନଥିବାରୁ ତାଙ୍କ ହେଲିକପ୍ଟରକୁ ସଭାସ୍ଥଳକୁ ଯିବାକୁ କର୍ତ୍ତୃପକ୍ଷ ଅନୁମତି ଦେଇନଥିଲେ।

ସୂଚନା ମୁତାବକ, ନିର୍ବାଚନୀ ପ୍ରଚାର ଅଭିଯାନ ଆଧାରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶନିବାର ବ୍ରହ୍ମପୁର ଓ ଫୁଲବାଣୀରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ତାଙ୍କର ଭାଷଣ ଶୁଣିବାକୁ ବହୁ ସଂଖ୍ୟାରେ ଜନ ସମାଗମ ହୋଇଥିଲା। ସେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚି, ଏଠାରୁ ହେଲିକପ୍ଟର ଯୋଗେ ବ୍ରହ୍ମପୁର ଓ ଫୁଲବାଣୀ ଯିବାକୁ ନିର୍ଦ୍ଧାରିତ ହୋଇଥିଲା।

ମାତ୍ର ନିର୍ବାଚନୀ ପ୍ରଚାର ବ୍ୟସ୍ତବହୁଳ ଯୋଗୁଁ ନିର୍ଦ୍ଧାରିତ ସମୟରେ ଯୋଗୀ ପହଞ୍ଚି ପାରିନଥିଲେ। ନାଇଟ୍ ଭିଜନ ବ୍ୟବସ୍ଥା ନଥିବାରୁ ତାଙ୍କର ହେଲିକପ୍ଟରକୁ ବ୍ରହ୍ମପୁର ଓ ଫୁଲବାଣୀ ଯିବାକୁ ଅନୁମତି ମିଳିନଥିଲା। ଯିବା ସମ୍ଭବ ନହେବାରୁ ଯୋଗୀ ଭୁବନେଶ୍ଵର ବିମାନ ବନ୍ଦରରୁ ଟେଲିଫୋନ ଯୋଗେ ଉଭୟ ଜନସଭାକୁ ସମ୍ବୋଧିତ କରିଛନ୍ତି।

LEAVE A REPLY

Please enter your comment!
Please enter your name here