ମିଚ୍ ମିଚ୍ କଳା ଧଳା, ଏବଂ ମୟୂର ଭଳି ପୁଚ୍ଛ । କଳାମେଘ ଦେଖି ମୟୂର ଯେମିତି ପୁଚ୍ଛ ମେଲାଇ ନାଚୁଥାନ୍ତି ଠିକ୍ ସେହିପରି ଏମାନେ ପୁଚ୍ଛ ମେଲେଇ ବୁଲୁଥାନ୍ତି । ଏହି ପାରାକୁ ଯିଏ ଦେଖୁଛି ସିଏ ଘଡିଏ ଅଟକିଯାଉଛି । ଏମାନଙ୍କୁ ଲୋଟଣୀ ପାରା କୁହାଯାଏ । ସାଧାରଣ ପାରାମାନଙ୍କ ଠାରୁ ଏ ଟିକେ ଭିନ୍ନ । ଏମାନଙ୍କ ରହିବା ଏବଂ ଖାଇବା ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ । ତେବେ ଏହି ଲୋଟଣୀ ପାରା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଝାଟିଆ ଗାୟତ୍ରୀ ଆଶ୍ରମରେ । ଆଶ୍ରମକୁ ଯିଏବି ବୁଲିବାକୁ ଆସନ୍ତି ଏହି ପାରାମାନଙ୍କୁ ଦେଖି ବେଶ୍ ଖୁସି ହୁଅନ୍ତି । ଏବଂ ସେମାନଙ୍କୁ ଖାଇବା ଦେଇ ଯାଆନ୍ତି ।
ଏହି ପାରା ଦେଖିବାକୁ ପୁରା କଳା ଏବଂ ଧଳା । ଏମାନଙ୍କ ଗୋଡରେ ମଧ୍ୟ ପର ରହିଛି । ଏହି ଲୋଟଣୀ ପାରା ଘରେ ରହିଲେ ପରିବାରର ମଙ୍ଗଳ ହୋଇଥାଏ ବୋଲି ଆଶ୍ରମର କିଛି ବ୍ୟକ୍ତି କହିଛନ୍ତି । ଧଳା ପାରା ରଖିଲେ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ଏବଂ କଳାପାରା ରଖିଲେ ଘରେ ପଡିଥିବା ଶନିଦେବଙ୍କ କୋପ ଦୂର ହୋଇଥାଏ ବୋଲି ଏମାନଙ୍କ ବିଶ୍ୱାସ । ଆପଣ ଆଶ୍ରମରେ ଦେଖୁଥିବା ଏହି ପାରାଙ୍କୁ ପଶ୍ଚିମ ଓଡିଶାରୁ ଅଣାଯାଇଛି । ତେବେ ଏହି ଲୋଟଣୀ ପାରା ଆଶ୍ରମର ସୌନ୍ଦର୍ଯ୍ୟକୁ ଆହୁରୀ ଦ୍ୱିଗୁଣିତ କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here