ରାଜି ହେଲାନି ନାବାଳକ । ନୟାଗଡ ଯଦୁପୁରର ପରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନାବାଳକକୁ ଆଜି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିଲା । ଏସଆଇଟି ନାବାଳକ ଅଭିଯୁକ୍ତକୁ ହାଜର କରାଇବା ସହ ନାର୍କୋ ଟେଷ୍ଟ ପାଇଁ ଆବେଦନ କରିଥିଲା । ତେବେ ନାର୍କୋ ଟେଷ୍ଟ ପାଇଁ ନାବାଳକ ଅଭିଯୁକ୍ତ ରାଜି ହୋଇନାହିଁ । ପୂର୍ବରୁ ପୋକ୍ସୋ କୋର୍ଟରେ ଅଭିଯୁକ୍ତକୁ ଏସଆଇଟି ହାଜର କରାଇଥିଲା । ମାତ୍ର ଅଭିଯୁକ୍ତ ସାବାଳକ ନୁହେଁ, ନାବାଳକ ବୋଲି କୋର୍ଟ ପ୍ରକାଶ କରିବା ସହ ନାର୍କୋ ଟେଷ୍ଟ ଆବେଦନକୁ ଖାରଜ କରିଦେଇଥିଲେ । ଏଥିସହିତ ମାମଲାକୁ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଇଦେଇଥିଲେ ।

LEAVE A REPLY

Please enter your comment!
Please enter your name here