ଅପହଁଞ୍ଚ ଅଞ୍ଚଳରେ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ, ଅପହଁଞ୍ଚ ଅଞ୍ଚଳରେ କିଭଳି ଚାଲିଛି ଶିକ୍ଷାଦାନ ସେ ନେଇ ଜାଣିବା ପାଇଁ ଜିଲ୍ଲାପାଳ ମନିଷ ଅଗ୍ରୱାଲ ମାଓ ପ୍ରବଣରେ ଥିବା ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନୱାଡି କେନ୍ଦ୍ର ବୁଲିବାକୁୂ ଯାଇଥିଲେ । ଏହି ସମୟରେ ସଲିମ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ପିଲାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ପରେ ଶ୍ରେଣୀଗୃହରେ ଜିଲ୍ଲାପାଳ ଗଣିତ ପାଠ ମଧ୍ୟ ପଢାଇଥିଲେ । ପରେ ଜିଲ୍ଲାପାଳ ବିଭିନ୍ନ ସ୍କୁଲ ଏବଂ ଅଙ୍ଗନୱାଡି ପରିଦର୍ଶନ କରି ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ଖାଦ୍ୟର ମାନ ପରଖିଥିଲେ । ସ୍କୁଲର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ ଶିକ୍ଷକ ଶୀକ୍ଷୟୀତ୍ରୀଙ୍କ ସହ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here