ଆଜି ରାତି ୮ଟା ପରଠାରୁ ଶ୍ରୀମନ୍ଦିରକୁ ଭକ୍ତଙ୍କୁ ମନା । ନାଇଟ୍ କର୍ଫ୍ୟୁ ପାଇଁ ଆଜି ରାତି ୮ଟାରୁ ଶ୍ରୀମନ୍ଦିର ଭିତରକୁ ଶ୍ରଦ୍ଧାଳୁ ଯାଇପାରିବେ ନାହିଁ । ରାତି ୮ଟା ୩୦ ସୁଦ୍ଧା ଶ୍ରୀମନ୍ଦିର ପରିସରକୁ ଖାଲି କରାଯିବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ରାତି ୯ଟା ସୁଦ୍ଧା ସମ୍ପୂର୍ଣ୍ଣ ମନ୍ଦିର ଖାଲି ହେବା ସହିତ ଲୋକେ ଯେପରି ନିଜ ନିଜ ଘରକୁ ଫେରିପାରିବେ ସେନେଇ ଧ୍ୟାନ ଦିଆଯିବ । ସେପଟେ ୧୯ ତାରିଖରୁ ଲାଗୁ ହେଉଛି ଶ୍ରୀମନ୍ଦିରରେ ନୂଆ ଏସଓପି । ଏସଓପି ଅନୁସାରେ , ଶନିବାର ଏବଂ ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ଏହି ଦିନ ମନ୍ଦିରକୁ ପୁରା ସାନିଟାଇଜ୍ କରାଯିବ । ସେହିପରି ୧୯ ତାରିଖରୁ ରାଜ୍ୟ ବାହାରୁ ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କ ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟ ଆବଶ୍ୟକ ରହିଛି । ଆରଟିପିସିଆର ରିପୋର୍ଟ ଦେଖାଇବା ପରେ ହିଁ ମନ୍ଦିରକୁ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here