ପ୍ରତିକ୍ଷାର ଅନ୍ତ ହେଲା । ଓଡିଶାର ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ୍ । ବହୁ ଦିନ ଧରି ପଶ୍ଚିମବଙ୍ଗ ସହ ଚାଲିଥିବା ରସଗୋଲା ଲଢେଇରେ ଶେଷରେ ଓଡିଶାର ବିଜୟ ହେଲା ଏହି ଖବର ମିଳିବା ମାତ୍ରେ ପୁରୀରୁ ଆରମ୍ବ କରି ପାହାଳ ସବୁଠି ଖୁସିର ଲହରି ଖେଳି ଯାଇଥିଲା । ସମସ୍ତଙ୍କ ମୁହଁରେ ଗୋଟେକଥା ଥିଲା ଜଗନ୍ନାଥଙ୍କର ବିଜୟ ହେଲା । କାରଣ ପ୍ରାୟ ୧୦୦୦ ବର୍ଷ ତଳୁ ଜଗନ୍ନାଥଙ୍କ ପାଖରେ ରସଗୋଲା ଭୋଗ ଲାଗିବାର ପରମ୍ପରା ରହିଆସିଛି । ଜିଆଇ ଟ୍ୟାଗ ମିଳିବା ପରେ ବିବାଦ ଦୁରହେଲା ଏବଂ ଏହା ପ୍ରମାଣିତ ହେଲା ଯେ,ଆମ ଓଡିଶା ରସଗୋଲା ସର୍ବ ପୁରାତନ ଏବଂ ପ୍ରାଚୀନ । ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ରସଗୋଲା ଶିଳ୍ପ ଯଥାଶିଘ୍ର ପ୍ରତିଷ୍ଠା କରାଗଲେ ରସଗୋଲାକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଯାଇ ପାରିବ । ଏହାଦ୍ୱାରା ବ୍ୟବସାୟିକ ଉନ୍ନତି ହେବା ସହ ଓଡିଶାର ଯୁବକ ଯୁବତୀମାନେ ଆତô ନିର୍ଭରଶୀଳ ହୋଇପାରିବେ । ଜଗନ୍ନାଥ ସଂସ୍କୃତିରୁ ରସଗୋଲାର ଉତ୍ପତି ହୋଇଥିଲା । କିନ୍ତୁ ବ୍ୟବସାୟୀକ ଦୃଷ୍ଟିରେ ଦେଖିଲେ ପାହାଳ ରସଗୋଲା ସାରା ଓଡିଶାରେ ପ୍ରସିଦ୍ଧି ଲାଭ କରିଛି । ଦୀର୍ଘ ୭୦ ବର୍ଷରୁ ଉର୍ଦ୍ଧ ହେବ ପାହଳ ରସଗୋଲା ବ୍ୟବସାୟ ଆରମ୍ଭ ହୋଇଥିଲା । କେଳୁଚରଣ ବେହେରାଙ୍କ ଗୋଟେ ଦୋକାନରୁ ଆରମ୍ଭ ହୋଇଥିବା ପାହାଳ ରସଗୋଲା ବ୍ୟବସାୟ ବର୍ତ୍ତମାନ ୧୦୦ରୁ ଉର୍ଦ୍ଧ ଦୋକାନରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ରସଗୋଲା ଶିଳ୍ପ ପାହାଳରେ ପ୍ରତିଷ୍ଠା କରିବା ପାଇଁ ପାହାଳ ବ୍ୟବସାୟୀ ସଘଂ ପକ୍ଷରୁ ଦାବୀ କରାଯାଇଛି । ରସଗୋଲା ଶିଳ୍ପ ପାହାଳରେ ପ୍ରତିଷ୍ଠା କରାଗଲେ ପାହାଳ ରସଗୋଲା ଅଧିକ ଲୋକପ୍ରିୟ ଏବଂ ବ୍ୟାପକ ପ୍ରସାର ଲାଭ କରିପାରିବ ।

LEAVE A REPLY

Please enter your comment!
Please enter your name here