କୋଭିଡ କଟକଣା ଭିତରେ ଆସନ୍ତାକାଲି ପାଳନ ହେବ ବିଘ୍ନ ବିନାଶକ ଗଜାନନଙ୍କ ପୂଜା । ସରକାର ଯଦିଓ ପାର୍ବଣ ଗାଇଡଲାଇନ ଜାରି କରିଛନ୍ତି, କିନ୍ତୁ ଗଣେଶପୂଜା ପାଇଁ ଭୁବନେଶ୍ବରର ଏକନମ୍ବର ହାଟ ଏବଂ ଅନ୍ୟାନ୍ୟ ବଜାର ସ୍ଥାନରେ ଅସମ୍ଭବ ଭିଡ ଦେଖିବାକୁ ମିଳିଛି । କୋଭିଡ ଗାଇଡଲାଇନ ଅନୁଯାୟୀ, ମୂର୍ତ୍ତିର ଉଚ୍ଚତା ଚାରିଫୁଟ ମଧ୍ୟରେ ରହିବ ଏବଂ ସର୍ବସାଧାରଣ ଦର୍ଶନ ମଣ୍ଡପରେ ହୋଇପାରିବ ନାହିଁ । ଶିକ୍ଷାନୁଷ୍ଠାନ ଗୁଡିକରେ କୋଡିଏ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ ପୂଜାରେ ଭାଗ ନେଇପାରିବେ । ତେବେ ସବୁ କଟକଣାକୁ ଫୁ କରିଦେଇଛନ୍ତି ଜନସାଧାରଣ । ରାଜଧାନୀର ମୁଖ୍ୟ ଏକନମ୍ବର ହାଟରେ ଅସମ୍ଭବ ଭିଡ ଦେଖିଲେ ଲୋକେ କେମିତି କୋଭିଡ ନିୟମ ପାଳନ କରୁଛନ୍ତି, ତାହା ସ୍ପଷ୍ଟ ଜଣାପଡିଯାଉଛି ।

LEAVE A REPLY

Please enter your comment!
Please enter your name here