ଲଗାଣ ବର୍ଷା ଯୋଗୁଁ ଇଷ୍ଟକୋଷ୍ଟ ରେଲୱେର ଟ୍ରେନସେବା ପ୍ରଭାବିତ ହୋଇଛି । ଆଜି ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ଟ୍ରେନ ଉଭୟ ପଟୁ ବାତିଲ କରାଯାଇଛି । ଆସନ୍ତାକାଲି ବ୍ରହ୍ମପୁରରୁ ଛାଡିବାକୁ ଥିବା ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର ମଧ୍ୟ ବାତିଲ କରାଯାଇଛି । ବିଶାଖାପାଟଣା ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ଉଭୟ ପଟୁ ବାତିଲ ହୋଇଛି । ଆସନ୍ତାକାଲି ଭୁବନେଶ୍ୱର ଛାଡିବାକୁ ଥିବା ଭୁବନେଶ୍ୱର-ବିଶାଖାପଟଣା ଏକ୍ସପ୍ରେସକୁ ମଧ୍ୟ ବାତିଲ କରାଯାଇଛି । ଏହାଛଡା ଆଜି ଚଳାଚଳ କରିବାକୁ ଥିବା ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ଟ୍ରେନ ମଧ୍ୟ ବାତିଲ ହୋଇଛି । ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ , ଗଜପତି ଜିଲ୍ଲାର ସବୁ ସ୍କୁଲ ଅଙ୍ଗନୱାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି । ବର୍ଷା ଲାଗି ରହିଥିବାରୁ ସବୁ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ଉଭୟ ଜିଲ୍ଲାର ଜିଲ୍ଲାପାଳ । କିନ୍ତୁ ସମସ୍ତ ଶିକ୍ଷକ , କର୍ମଚାରୀକୁ ସ୍କୁଲରେ ଉପସ୍ଥିତ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here