ଭୁବନେଶ୍ୱର ୧ ନମ୍ବର ହାଟ ବାହାରେ ବାଇକ ପାର୍କିଂ ନିଷେଧ ହେବା ପରେ ଆରମ୍ଭ ହୋଇଛି ଜବର ଦଖଲ ଉଚ୍ଛେଦ । ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୂରୀଙ୍କ ଉପସ୍ଥିତିରେ ଗତକାଲି ୧ ନମ୍ବର ମାର୍କେଟ ଆଗରୁ ଜବର ଦଖଲ ଉଚ୍ଛେଦ ହୋଇଛି । ଏୟାର ଇଣ୍ଡିଆ ଅଫିସ ନିକଟରେ ଥିବା ୧୫ଟି ଫଳ ଦୋକାନ ଏବଂ ଗୋଟିଏ କ୍ୟାବିନକୁ ଉଚ୍ଛେଦ କରାଯାଇଛି । ଏହାସହ ରାଜମହଲରୁ ଏଜି ଛକ ଯାଏ ରାସ୍ତା କଡରେ ଥିବା ଦୋକାନକୁ ମଧ୍ୟ ଉଚ୍ଛେଦ କରାଯାଇଛି । ବହୁ ଫଳ ଦୋକାନୀଙ୍କ ଠେଲା ଗାଡିକୁ ଜେସିବି ସହାୟତାରେ ଭାଙ୍ଗି ଦିଆଯାଇଥିଲା । ରାସ୍ତା ଉପରେ ପେଟି ପେଟି ଫଳ ଓ ଠେଲା ଗାଡି ଛିନଛତ୍ର ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ କ୍ଷତିଗ୍ରସ୍ତ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଥିବାବେଳେ ଏନେଇ ବିଏମସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ବିଏମସିର ନୂଆ କଟକଣା ଅନୁସାରେ ଏଣିକି ୧ ନମ୍ବର ମାର୍କେଟରେ କେବଳ ସିଙ୍ଗଲ ଲେନରେ ଚାରି ଚକିଆ ଯାନ ରହିବ । ସେସବୁ ୪୫ ଡିଗ୍ରୀ କୋଣ କରି ପାର୍କିଂ ହେବ । ବାଇକ ଗୁଡିକ ପାଇଁ କ୍ୟାପିଟାଲ ଥାନା ପାଖରେ ଏକ ସ୍ୱତନ୍ତ୍ର ପାର୍କିଂସ୍ଥଳ ନିର୍ମାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here