ମଣ୍ଡିରେ ପଡିଛି ଧାନ । ରାଜରାସ୍ତାରେ ଚାଷୀ । ରାଜ ରାସ୍ତାକୁ ଓହ୍ଲାଇଛନ୍ତି କଳାହାଣ୍ଡି ଜିଲ୍ଲାର ଚାଷୀ । ଏନଏଚ ୨୬ର ଚାରବାହାଲ ପାଟଣାଗଡ ଠାରେ ରାସ୍ତାରୋକ କରିଛନ୍ତି ଚାଷୀ । ଫଳରେ ଜୟପୁର-ଭବାନୀପାଟଣା ମଧ୍ୟରେ ଯାତାୟତ ବନ୍ଦ ରହିଛି । ଜୁନାଗଡ ବ୍ଲକର ବେଲଗୁଡା ମଣ୍ଡିରେ ଏବେ ବି ୬୦ରୁ ଉର୍ଦ୍ଧ ଚାଷୀଙ୍କର ଧାନ ପଡି ରହିଛି । ଏପରିକି ବର୍ଷା ହେବା ଫଳରେ ଧାନ ଗଜା ହେବାକୁ ବସିଥିବା ଅଭିଯୋଗ ହୋଇଛି । ଗତ ୧ ତାରିଖରୁ କଳାହାଣ୍ଡି ଜିଲ୍ଲାରେ ମଣ୍ଡି ବନ୍ଦ ହୋଇଯିବା ଫଳରେ ଅନେକ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡିରହିବା ସହ ବର୍ଷାରେ ଭିଜି ଧାନ ଗଜା ହେବାରେ ଲାଗିଛି । ଏ ବିଷୟରେ ପ୍ରଶାସନକୁ ବାରମ୍ବାର ଜଣାଇ ନିରାଶ ହେବାପରେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ ।

LEAVE A REPLY

Please enter your comment!
Please enter your name here