ମାଲକାନଗିରିର ତିନିଜଣ ଙାର୍ଡକୋର ମାଓବାଦୀ ଓଡିଶା ଡିଜିପି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଡିଜିପି ଅଭୟ କୋରାପୁଟ ଓ ମାଲକାନଗିରି ଗସ୍ତରେ ଯାଇଥିବା ବେଳେ ତିନିଜଣ ମାଓବାଦୀ ଆତ୍ମସମର୍ପଣ କରିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଛତିଶଗଡ଼ କ୍ୟାଡରର ୨ ଜଣ ନକ୍ସଲ ଅଛନ୍ତି । ଜଣେ ମହିଳା କ୍ୟାଡର ସବିତା ପଡ଼ିଆମୀ, ଏବଂ ଅନ୍ୟଜଣେ ହେଲେ ରାଇଧର । ବୈପାରିଗୁଡା ଏରିଆ କମାଣ୍ଡର ଭାବେ କାର୍ଯ୍ୟ କରୁଥିବା ତାଲସି ମଧ୍ୟ ଆତ୍ମସମର୍ପଣ କରିଛି । ବହୁ ମାଓବାଦୀ ଜଙ୍ଗଲ ଭିତରେ କୋଭିଡ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ବେଳେ ସେମାନେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ସବିତାଙ୍କ ନାଁରେ ୨ ଲକ୍ଷ ଓ ରାଇଧରଙ୍କ ନାଁରେ ଲକ୍ଷେ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here