କଟକ ମହାନଗର ନିଗମର ଓ୍ବାର୍ଡ ନମ୍ବର ୫୨. ସ୍ଥାନ ଅରବିନ୍ଦ ନଗର. ଲୋକଙ୍କ ଅଭିଯୋଗ ହେଉଛି, ରାସ୍ତା ଗୋଟିଏ, କାମ ଗୋଟିଏ, କିନ୍ତୁ ଦୁଇ ଦୁଇଟି ସରକାରୀ ସଂସ୍ଥା ଏଥିପାଇଁ ଅର୍ଥ ମଂଜୁର କରିଛନ୍ତି. କଟକ ମହାନଗର ନିଗମ ୨ କୋଟି ୧୯ ଲକ୍ଷ ଟଙ୍କା ମଂଜୁର କରିଥିବା ବେଳେ କଟକ ସଦର ପଞ୍ଚାୟତ ସମିତି ଦେଇଛି ପାଞ୍ଚ ଲକ୍ଷ ଟଙ୍କା. କିନ୍ତୁ ଅଧାପନ୍ତରିଆ ହୋଇଥିବା ରାସ୍ତା କାମର ଗୁଣାତ୍ମକ ମାନକୁ ନେଇ ଲୋକେ ଖୁସି ନୁହଁନ୍ତି.ସ୍ଥାନୀୟ ଲୋକଙ୍କ ମତାମତ ତ ଶୁଣିଲେ, ଏବେ ଆସନ୍ତୁ ଶୁଣିବା କଣ କହୁଛନ୍ତି ବିଭାଗୀୟ ଅଧିକାରୀ. ସବୁଠୁ ଚକିତ ହେଲା ଭଳି ଖବର ହେଉଛି, ଲୋକଙ୍କ ଅଭିଯୋଗ ଏବଂ ଫଳକରେ ଲେଖା ଯାଇଥିବା ତଥ୍ୟକୁ ନେଇ ଆମେ ଯେତେବେଳେ ବ୍ଲକ ଓ ସିଏମସି ଅଧିକାରୀଙ୍କୁ ପଚାରିଲୁ, ସେମାନେ ପ୍ରଥମେ କିଛି ପ୍ରତିକ୍ରିୟା ଦେବାକୁ ଉଚିତ ମନେ କଲେ ନାହିଁ. ଆଉ ପରେ ଯାହା କହିଲେ, ସେଥିରେ ସାପ ମରିବନି, କି ବାଡି ଭାଙ୍ଗିବନି. ମାତ୍ର ଗୋଟିଏ କାମ ପାଇଁ ଦୁଇ ଦୁଇଟି କାର୍ୟ୍ୟାଦେଶ ସଂପର୍କରେ ଆମ ଖୋଳତାଡର ପରିଣାମ ଏଇୟା ହେଲା ଯେ, କର୍ତ୍ତୃପକ୍ଷ ସେ ଫଳକକୁ ଭାଙ୍ଗି ଫୋପାଡି ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here