କୋଣାର୍କ ଜେଏମଏଫସି କୋର୍ଟରେ ଅଭିଜିତ ଆୟାର ହାଜର ହୋଇଛନ୍ତି । ୨ଦିନିଆ ରିମାଣ୍ଡ ପରେ କଡା ସୁରକ୍ଷା ଭିତରେ ଅଭିଜିତଙ୍କୁ ଆଜି ହାଜର କରାଯାଇଛି । କୋଣାର୍କ ସମ୍ପର୍କରେ ଦେଇଥିବା ଅରୁଚିକର ମନ୍ତବ୍ୟ ଓ ବିବାଦୀୟ ଭିଡିଓକୁ ନେଇ ପୋଲିସ ତାଙ୍କୁ ରିମାଣ୍ଡ ସମୟରେ ପଚରା ଉଚରା କରିଛି । କେଉଁ ଉଦ୍ଦେଶ୍ୟରେ ଅଭିଜିତ୍ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ସେ ନେଇ ପ୍ରଶ୍ନ କରିଛି କୋଣାର୍କ ପୋଲିସ । ତଦନ୍ତକାରୀ ଅଧିକାରୀ (କୋଣାର୍କ ଥାନା ଅଧିକାରୀ)ଙ୍କ ସହିତ କିଛି ବରିଷ୍ଠ ପୁଲିସ ଅଧିକାରୀ ଅଭିଜିତଙ୍କୁ ବିଭିନ୍ନ ବିଷୟରେ ଗୁଡ଼େଇ ତୁଡ଼େଇ ଜେରା କରିଥିଲେ। ଆୟାର କେବେ ଆସିଥିଲେ, ଓଡ଼ିଶାର କେଉଁ ସ୍ଥାନକୁ ଗସ୍ତ କରିଥିଲେ, ସାଥୀରେ କିଏ ଥିଲେ ଏମିତି ଅନେକ ପ୍ରଶ୍ନ ତାଙ୍କୁ ପଚରାଯାଇଥିଲା । କୋଣାର୍କ ସଂପର୍କରେ ସେ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେ ନେଇ ଅନୁତପ୍ତ ବୋଲି ପୁଲିସକୁ କହିଛନ୍ତି। ଏଥିରେ ତାଙ୍କର କିଛି ମନ୍ଦ ଉଦ୍ଦେଶ୍ୟ ନଥିଲା । କେବଳ ମଜାଳିଆ ଭାବେ ଭିଡ଼ିଓ କରି ଏହାକୁ ସେ ଟୁଇଟରରେ ଛାଡିଥିଲେ। ସୁଚନାଅନୁସାରେ ଗତ ୨୫ ତାରିଖରେ କୋଣାର୍କ ଜେଏମଏଫସି କୋର୍ଟ ଅଭିଜିତଙ୍କ ଜାମିନ ଆବେଦନକୁ ଆଗ୍ରାହ୍ୟ କରିବା ପରେ ତାଙ୍କୁ ନିମାପଡା ଜେଲକୁ ପଠାଇ ଦିଆଯାଇଥିଲା । ତେବେ ଚାରିଦିନିଆ ରିମାଣ୍ଡରେ ନେବାକୁ କୋଣାର୍କ ପୋଲିସ ଆବେଦନ କରିଥିବାବେଳେ ଅଭିଜିତଙ୍କୁ ଦୁଇଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ କୋର୍ଟ।

LEAVE A REPLY

Please enter your comment!
Please enter your name here