ରାୟଗଡା ଥାନା ଅନ୍ତର୍ଗତ ଫୁଲକଣା ଗ୍ରାମ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଇନୋଭା କାର୍ ଅଟୋକୁ ଧକ୍କା ଦେବା ଫଳରେ ଜଣେ ମହିଳା ଯାତ୍ରୀ ମୃତ୍ୟୁବରଣ କରିଛନ୍ତି । ମୃତ ମହିଳା ଜଣକ ହେଲେ ଗୁମ୍ମା ଅଞ୍ଚଳର ଦ୍ରୈପଦୀ ଖୋରା। ଆଜି ଯାତ୍ରୀବାହୀ ଅଟୋଟି ନିଲାବାଡି ଅଭିମୁଖେ ଯାଉଥିବା ବେଳେ ଇନୋଭା କାର୍ ଟି ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମହିଳା ଜଣକ ମୃତ୍ୟୁବରଣ କରିଥିଲେ। ତେବେ କ୍ଷତିପୂରଣ ଦାବି କରି ଉତ୍ତ୍ୟକ୍ତ ଲୋକମାନେ କୋରାପୁଟ ରାୟଗଡା 326 ନଂମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଘଟଣା ସ୍ଥଳରେ କମ୍ବିକୋଟା ଫାଣ୍ଡି ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ଘଟଣାସ୍ଥଳରେ ରାୟଗଡା ଥାନା ଆଇଆଇସି ନିହାର ରଞ୍ଜନ ପ୍ରଧାନ, ଅତିରିକ୍ତ ଏସପି ଅଶୋକ ସାହୁ, ତହସିଲଦାର ଉମାଶଙ୍କର ବେହେରା ଓ ବିଡ଼ିଓ ରାଜେନ୍ଦ୍ର ମାଝୀ ଉପସ୍ଥିତ ରହି ଆନ୍ଦୋଳନରତ ଲୋକଙ୍କୁ ବୁଝାସୁଝା କରିଥିଲେ । ଦୁର୍ଘଟଣା ଘଟାଇଥିବା ଇନୋଭା ଗାଡିର ମାଲିକ ଆସି କ୍ଷତିପୂରଣ ନଦେବା ଯାଏଁ ରାସ୍ତାରୋକ ହଟିବ ନାହିଁ ବୋଲି ସ୍ଥାନୀୟ ଲୋକ ଅଡିବସିବା ଯୋଗୁ ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା .

LEAVE A REPLY

Please enter your comment!
Please enter your name here