ଅନେକ ଯାତ୍ରାରେ ଖଳନାୟକ ଚରିତ୍ରରେ ଦର୍ଶକଙ୍କ ମନଜିଣି ପାରିଥିବା ଅଭିନେତା ଦୈତାରୀ ପଣ୍ଡା ରିଅଲରେ ବି ଖଳନାୟକ ବୋଲି ଜାଣିବାକୁ ମିଳିଛି. ସୂଚନା ଅନୁସାରେ, ଲତାରାଣୀ ପଣ୍ଡା ନାମ୍ନୀ ଜଣେ ମହିଳା ଯିଏ ଦୁଇଟି ସନ୍ତାନର ମା’ ନିଜକୁ ଦୈତାରୀଙ୍କ ପତ୍ନୀ ବୋଲି ଅଭିଯୋଗ ଆଣିଛନ୍ତି. ଦୈତାରୀ ପଣ୍ଡା ତାଙ୍କୁ ଅତ୍ୟାଚାର କରୁଥିବା ଏବଂ ସ୍ତ୍ରୀ ବୋଲି ଅସ୍ୱୀକାର କରୁଥିବା ମହିଳା ଜଣକ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି. ତାଙ୍କ ଅଭିଯୋଗ ଅନୁସାରେ, ସେ ଏବଂ ଦୈତାରୀ ପଣ୍ଡା ଉଭୟ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ବିବାହ କରିଥିଲେ ଏବଂ କିଛି ବର୍ଷ ଏକାଠି ମଧ୍ୟ ରହିଥିଲେ. ପରେ ଲତାରାଣୀଙ୍କ ଗର୍ଭରୁ ଦୁଇଟି ପୁତ୍ର ସନ୍ତାନ ଜନ୍ମ ନେଇଥିଲେ. ତେବେ କିଛି ବର୍ଷ ପୂର୍ବରୁ ତାଙ୍କ ବଡ ପୁଅର ମୃତ୍ୟୁ ହୋଇଥିଲା. ବର୍ତ୍ତମାନ ସେ, ନିଜ ସାନ ପୁଅ ସହ ରହୁଛନ୍ତି. ଲତାରାଣୀ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ସେମାନେ ଦୁହେଁ ଯାତ୍ରାରେ କାମ କରୁଥିଲେ, ସେତେବେଳେ ଦୈତାରୀ ତାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ. ହେଲେ ଦୈତାରୀ ପୂର୍ବରୁ ବିବାହିତ ଏବଂ ତାଙ୍କର ଦୁଇଟି ପୁଅ ଅଛି ବୋଲି ଲତାରାଣୀ ପରେ ଜାଣିବାକୁ ପାଇଲେ. ଏହାକୁ ବାଦ୍ ଦେଲେ, ଦୈତାରୀ ବହୁତ ଜାଗା କିଣିଛନ୍ତି ଏବଂ ତାଙ୍କ ପୁଅ ଯେଉଁ ସ୍କୁଲରେ ନାମ ଲେଖାଇଛି, ସେଥିରେ ପିତାଙ୍କ ନାମ ଦୈତାରୀ ପଣ୍ଡା ରହିଛି ବୋଲି ମଧ୍ୟ ସେ ଅଭିଯୋଗ ଆଣିଛନ୍ତି. ତେବେ ଏହି ଅସୁବିଧା ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ ଲତାରାଣୀ ନିଜ ପରିବାର ଚଳେଇବା ପାଇଁ ଏବଂ ନିଜ ପୁଅର ପାଠ ପଢିବା ପାଇଁ ଅର୍ଥ ଦୈତାରୀଙ୍କୁ ମାଗିଥିଲେ. ଏହାଛଡା ବର୍ତ୍ତମାନ ତାଙ୍କୁ ଓ ତାଙ୍କ ପୁଅକୁ ବିଭିନ୍ନ ନମ୍ବରରୁ ମାରିଦେବାର ଧମକ ଆସୁଥିବା ସେ ଅଭିଯୋଗ କରିଛନ୍ତି.

LEAVE A REPLY

Please enter your comment!
Please enter your name here