(ରିପୋର୍ଟ : ଯମୁନା ରାଉତରାୟ) ରାଜ୍ୟରେ ଏବେ କରୋନା ଉପରମୁହାଁ । ଦିନକୁ ଦିନ ପଜିଟିଭ୍ ସଂଖ୍ୟା ମଧ୍ୟ ଦ୍ରୁତ ବେଗରେ ବଢିବାରେ ଲାଗିଛି । ଆପଣ ମାନେ ସମସ୍ତେ ଅବଗତ ଥିବେ ଯେ ସ୍ଥିତି ଏବେ କେତେ ଭୟଙ୍କର । ବିଶେଷକରି ଖୋର୍ଦ୍ଧା ଜିଲ୍ଲାରେ ଯେତିକି ପଜିଟିଭ୍ ସଂଖ୍ୟା ବଢୁଛି ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗୁନି । ଏଭଳି ପରିସ୍ଥିତିରେ ଏବେ ଚିନ୍ତାରେ ଭଡାଟିଆ । କାହିଁକି ନା ଯେଉଁ ଭଡାଟିଆ ଏବେ କରୋନାରେ ଆକ୍ରାନ୍ତ ହେଉଛନ୍ତି ସେମାନେ ତାଙ୍କ ଘର ମାଲିକଙ୍କୁ ଭୟ କରି ଟେଷ୍ଟିଂ କରୁନାହାଁନ୍ତି । କାଳେ ପଜିଟିଭ୍ ବାହାରିଲେ ମାଲିକ ହସ୍ପିଟାଲ ପଠେଇଦେବ, ଘରେ ରଖେଇ ଦବନି । ଯଦିବା ଟେଷ୍ଟିଂ କରୁଛନ୍ତି ସେମାନେ ପଜିଟିଭ୍ ହୋଇଛନ୍ତି ବୋଲି ଜାଣିବାକୁ ପାଉଛନ୍ତି, ମାଲିକକୁ କହିବାକୁ ଭୟ କରୁଛନ୍ତି । କାହିଁକି ନା ସେମାନେ ଭାବୁଛନ୍ତି ବଡ ସମସ୍ୟା ହେବ । ଆକ୍ରାନ୍ତ ହୋଇଛୁ ବୋଲି ଜାଣିବା ପରେ ଅନେକ ଘରେ ଟୁପୁର ଟାପୁର ଆରମ୍ଭ କରିଦେବେ । ଯାହାଫଳରେ ଆକ୍ରାନ୍ତଟିଏ ଆହୁରି ମାନସିକ ଭାରସାମ୍ୟ ହରାଇ ବସିବ । ଏହି ରୋଗଟା ଏମିତି ଯେ, ପଜିଟିଭ୍ ହେଲେ ନିଜ ସାଇ,ଭାଇ ବି ପାଖ ପଶୁନାହାଁନ୍ତି । ଘର ମାଲିକ କଥା ତ ଦୂରର କଥା । ବିଶେଷକରି କରୋନାରେ ଅକ୍ରାନ୍ତ ହେଲେ ଡାକ୍ତର, ସରକାର ସମସ୍ତେ କହୁଛନ୍ତି ସଙ୍ଗରୋଧରେ ରହିବାକୁ । ହେଲେ ଟିକେ ଭାବନ୍ତୁତ, ଯେଉଁ ଭଡାଟିଆ ସିଙ୍ଗଲ ରୁମ୍ଟିଏ ନେଇଥିବ କିମ୍ବା ସେମାନଙ୍କର ଲାଟିନ, ବାଥରୁମ୍ ଗୋଟିଏ ହୋଇଥିବ, ତା ହେଲେ ସେ କରିବେ କଣ । କରୋନାରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ବରରେ ରହୁଥିବା ଜଣେ ଭଡାଟିଆ ବିଏମସି ଟୋଲ୍ ଫ୍ରି ନମ୍ବରକୁ ଫୋନ୍ କଲେ । ତାଙ୍କ ଘରେ ତାଙ୍କ ସ୍ତ୍ରୀ, ପୁଅ ଓ ବାପା ରହୁଥିବା ବେଳେ ସମସ୍ତଙ୍କ ବ୍ୟବହାର ପାଇଁ ଗୋଟିଏ ଲାଟିନ ଥିବା କଥା ଜଣାଇଲେ । ତେଣୁ ସେ ହସପିଟାଲରେ ଆଡମିସନ ପାଇଁ ଅନୁରୋଧ କଲେ । କିନ୍ତୁ ବିଏମସି ବାଲା ତାଙ୍କୁ ହସପିଟାଲ ନେବାକୁ ନାରାଜ । ଘରେ ରହି ମେଡିସିନ ଖାଇବାକୁ ଏବଂ ସାନିଟାଇଜ୍ କରି ଲାଟିନ ବ୍ୟବହାର କରିବାକୁ ପରାମର୍ଶ ଦେଲେ । ଯଦିଓ ଗତବର୍ଷ ଏମିତି ସ୍ଥିତି ନ ଥିଲା । କରୋନା ପଜିଟିଭ୍ ବାହାରିଲେ କୋଶେ ଦୂରରୁ ବିଏମସି ବାଲା ବାଉଁଶ ବାଡ ପକାଇ ଦେଉଥିଲେ । ରାସ୍ତାଘାଟ, ଗଛପତ୍ର ଧୋଇ ସାନିଟାଇଜ୍ କରୁଥିଲେ । ଏବେ କିନ୍ତୁ କରୋନା ହୋଇଛି ବୋଲି କହିଲେ ବି କେହି ଶୁଣୁନାହାଁନ୍ତି । ଦର୍ଶକବନ୍ଧୁ ଆଉ ଗୋଟେ କଥା ହେଉଛି ଯେ, ସ୍ଥିତି ଯେତେ ଭୟଙ୍କର ହେଉ ନା କାହିଁକି, ଯଦି ଅଫିସ ଖୋଲା ରହୁଛି ତାହେଲେ ବିନା ଭୟରେ କର୍ମକ୍ଷେତ୍ରକୁ ବାହାରିପଡୁଛନ୍ତି ଭଡାଟିଆ । କାହିଁକି ନା ମାସ ଶେଷରେ ଘରଭଡା ନେବେ ମାଲିକ । ଆଉ ଚଳିବାକୁ ବି କିଛି ପଇସା ଦରକାର ।
ଏଠି ଆମେ ସମସ୍ତ ଘର ମାଲିକଙ୍କୁ ଅନୁରୋଧ କରୁଛୁ ଯେ, ନିଜ ଭଡାଟିଆଙ୍କ ପ୍ରତି କଠୋର ନହୋଇ ସେମାନଙ୍କୁ ଏହି ସମୟରେ ସାହାର୍ଯ୍ୟ କରନ୍ତୁ । ଏବଂ ଯଦି କେହି ଭଡାଟିଆ ଥଣ୍ଡା ଜ୍ୱରରେ ପୀଡିତ ରହୁଛନ୍ତି ସେମାନଙ୍କୁ ଘୃଣା ନକରି ସେମାନେ କେମିତି ଉତ୍ତମ ଚିକିତ୍ସା ପାଇବେ , ଆପଣ ବୁଝାବୁଝି କରନ୍ତୁ । ରୋଗଠୁ ଦୂରେଇ ରୂହନ୍ତୁ , ରୋଗୀଙ୍କୁ ଘୃଣା କରନ୍ତୁ ନାହିଁ ।

LEAVE A REPLY

Please enter your comment!
Please enter your name here