ରେଭେନସା ବିଶ୍ୱବିଦ୍ୟାଳୟର ଇଷ୍ଟ ହଷ୍ଟେଲରେ ରାଗିଂ ଘଟଣାର ଅଭିଯୋଗ ହୋଇଛି। ୟୁଜି ପ୍ରଥମ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର କିଛି ସିନିୟର୍ ରାଗିଂ କରିଥିବା ସୂଚନା ମିଳିଛି। ଅଭିଯୋଗ ପାଇବା ପରେ ବିଶ୍ୱବିଦ୍ୟାଳୟର ଆଣ୍ଟି-ରାଗିଂ ସେଲ ବୈଠକ କରି ପ୍ରାଥମିକ ପଦକ୍ଷେପ ନେଇଛି। ଯେଉମାନଙ୍କ ନାଁରେ ଅଭିଯୋଗ ଆସିଛି ସେମାନଙ୍କୁ ହଷ୍ଟେଲ୍ ଛାଡିବାକୁ କହାଯାଇଛି।

ଗତକାଲି ୧୦ ଜଣ ଛାତ୍ର ହଷ୍ଟେଲ ଛାଡି ରେଭେନସା ଗେଷ୍ଟ ହାଉସ୍ ରେ ରହିଥିଲେ । ତେବେ ଆସିଥିବା ରାଗିଂ ଅଭିଯୋଗର ସତ୍ୟତା ତଦନ୍ତ କରାଯିବ ବୋଲି ଚିଫ ୱର୍ଦେନ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here