ସରକାରୀ ବାବୁଙ୍କୁ ଘାରିଛି ଯାଦୁ ଦେଖିବାର ନିଶା । ସେ ଫୁଣି କର୍ମଚାରୀଙ୍କ ସହ ଅଫିସ ଭିତରେ ବସି ଯାଦୁ ଦେଖୁଛନ୍ତି ସରକାରୀ ବାବୁ । ଏଭଳି ଦେଖିବାକୁ ମିଳିଛି ମାଲକାନଗିରି ମୁନସିପାଲିଟି ଅଫିସ ଭିତରେ । ଏନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବାପରେ ସାଧାରଣରେ ଘଟଣାକୁ ନିନ୍ଦା କରାଯାଇଛି । ମୁନିସିପାଲିଟିର କାର୍ଯ୍ୟ ନିର୍ବାହି ଅଧିକାରୀ । ତାଙ୍କ ସହ ଅଛନ୍ତି ଅନ୍ୟ ଅଧିକାରୀ । ଯାଦୁଗର ଖେଳ ଦେଖାଉଛନ୍ତି । ସମସ୍ତେ ବସି ଉପଭୋଗ କରୁଛନ୍ତି । ସାଧାରଣ ଲୋକେ କୌଣସି କାମ ପାଇଁ ଅଫିସ ଦୌଡି ଦୌଡି ନୟାନ୍ତ ହେଉଥିବାବେଳେ ଅଫିସ ମଧ୍ୟରେ କର୍ମଚାରୀଙ୍କ ଯାଦୁ ଦେଖିବା ଘଟଣାକୁ ଚାରିଆଡୁ ନିନ୍ଦା କରାଯାଉଛି ।

LEAVE A REPLY

Please enter your comment!
Please enter your name here