ଏଫଏମ୍ କଲେଜ୍‌ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ମହିଳା ସୁରକ୍ଷାକୁ ଗୁରୁତ୍ଵ ଦିଆଯାଉଛି।
ଛାତ୍ରୀଙ୍କ ଦୁଃଖଦ ଆତ୍ମାହୁତି ଘଟଣା ପରେ ମହିଳାଙ୍କ ସୁରକ୍ଷାକୁ ପ୍ରଥମ ପ୍ରାଥମ୍ୟ ଦିଆଯାଉଛି। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରୀ ଏବଂ ମହିଳା କର୍ମଚାରୀଙ୍କ ସୁରକ୍ଷା ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷ୍ୟରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ପକ୍ଷରୁ ନୂତନ ନିୟମ ଜାରି ହୋଇଛି। ନିଷ୍ପତ୍ତି ଅନୁସାରେ, ସନ୍ଧ୍ୟା ୫.୩୦ ପରେ କୌଣସି ମହିଳା କର୍ମଚାରୀ କିମ୍ବା ଗବେଷକାରୀ (ରିସର୍ଚ୍ଚର୍) ଅଫିସରେ କାମ କରିବେ ନାହିଁ। ଜରୁରୀ ପରିସ୍ଥିତିରେ ବିଭାଗର ମୁଖ୍ୟଙ୍କ ଲିଖିତ ଅନୁମତି ଆବଶ୍ୟକ।

ଗତକାଲି ବିଶ୍ଵବିଦ୍ୟାଳୟର ଆଣ୍ଟି ରାଗିଂ କମିଟିର ବୈଠକ‌ରେ ଏହି ସୂଚନା ଦିଆଯାଇଥିଲା। ତାସହିତ, କ୍ୟାମ୍ପସରେ ସୁରକ୍ଷା ଜୋରଦାର କରିବା ପାଇଁ ଆଣ୍ଟି ରାଗିଂ କମିଟି, ସ୍କ୍ୱାଡ୍ ଓ ସେଲ୍‌କୁ ସକ୍ରିୟ ରଖାଯିବ।

LEAVE A REPLY

Please enter your comment!
Please enter your name here