ଜାନୁୟାରୀ 26 ତାରିଖ 70ତମ ଗଣତନ୍ତ୍ର ଦିବସରେ ଦିଲ୍ଲୀ ପ୍ୟାରେଡରେ ଯୋଗ ଦେବେ ବାଲେଶ୍ୱର ଝିଅ ସୁଶ୍ରୀ ଆରାଧନା.  ଏ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ତରଫରୁ ତାଙ୍କୁ ନିମନ୍ତ୍ରଣ କରାଯାଇଛି. ତେବେ ଜାନୁୟାରୀ 26ରେ ଦିଲ୍ଲୀରେ ପ୍ରଥମ ଓଡିଆ ଭାବେ ସୁଶ୍ରୀ ଯୋଗ ଦେବେ. ଗଣତନ୍ତ୍ର ଦିବସରେ ସୁଶ୍ରୀ ତାଙ୍କ ପିତାମାତାଙ୍କ ସହ ସେଠାରେ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି. ଆରାଧନା ହେଉଛନ୍ତି ସବୁ ଗୁଣର ଅଧିକାରୀ. ଯେଉଁଥିପାଇଁ ତାଙ୍କୁ ଆଜି ଏହି ସୁଯୋଗ ମିଳିଛି. ସିବିଏସଇ ଦଶମ ଶ୍ରେଣୀରେ 99 ପ୍ରତିଶତ ନମ୍ବର ରଖି ସେ ଏହି ଗୌରବର ଅଧିକାରୀ ହୋଇଛନ୍ତି. ଏହାଛଡା ଜାତୀୟ ସ୍ତରରେ ମଧ୍ୟ ସେ ଉତ୍ତମ ପ୍ରଦର୍ଶନ କରିଛନ୍ତି. ଏଥିପାଇଁ ସୁଶ୍ରୀ ନିଜ ବାପା ମା’ଙ୍କ ସହ ବାଲେଶ୍ୱରରୁ ଦିଲ୍ଲୀ ପାଇଁ ବାହାରି ସାରିଛନ୍ତି.

LEAVE A REPLY

Please enter your comment!
Please enter your name here