ଆଜି ହେଉଥିବା ଆରଆଇ ପରୀକ୍ଷାରେ ସାମ୍ନାକୁ ଆସିଲା ବଡ ବିଭ୍ରାଟ । ବଲାଙ୍ଗୀର ଜିଲ୍ଲାରେ ଶତାଧିକ ଆରଆଇ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡରେ ପରୀକ୍ଷା ସେଣ୍ଟର ସରକାରୀ ମହିଳା ମହାବିଦ୍ୟାଳୟ, ଟିଟିଲାଗଡ ଲେଖା ହୋଇଥିଲା । ସକାଳେ ପରୀକ୍ଷାର୍ମାଥୀନେ ଟିଟିଲାଗଡ ସରକାରୀ ମହିଳା ମହାବିଦ୍ୟାଳୟରେ ପହଞ୍ଚିବା ପରେ ସେଠାରେ ସେଣ୍ଟର ହୋଇ ନଥିବା ଜାଣିବାକୁ ପାଇଥିଲେ । କଲେଜରେ ସେଣ୍ଟର ହୋଇନଥିବା ଅଧ୍ୟକ୍ଷ ଜଣାଇବା ପରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପରୀକ୍ଷାରୁ ବଞ୍ଚିତ ହୋଇଥିବା ଜାଣିବା ପରେ ଶତାଧିକ ଛାତ୍ରଛାତ୍ରୀ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ପରେ ଉପଜିଲ୍ଲାପାଳ ହସ୍ତକ୍ଷେପ କରି ଅନ୍ୟଏକ କେନ୍ଦ୍ରରେ ଆରଆଇ ପରୀକ୍ଷା କରାଇଥିଲେ । ଦିନ ଦଶଟା ପରିବର୍ତ୍ତେ ପରୀକ୍ଷାର୍ଥୀମାନେ ଦିନ 11.45ରେ ପରୀକ୍ଷା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here