ମାଡି ଆସୁଛି କରୋନାର ତୃତୀୟ ଲହର । କମ୍ ବୟସର ପିଲାମାନେ ସଂକ୍ରମିତ ହେବା ଆରମ୍ଭ ହେଲେଣି । ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି ବି ଜୋରଦାର କରିଛନ୍ତି ସରକାର । ଏହି ପରିପ୍ରେକ୍ଷିରେ କେନ୍ଦ୍ର ସରକାର କରୋନା କଟକଣା ନିୟମକୁ ଆଉ ମାସେ ବୃଦ୍ଧି କରିଛନ୍ତି । ସେପ୍ଟେମ୍ବର 30 ତାରିଖ ଯାଏ କଟକଣା ବଳବତ୍ତର ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ପାର୍ବଣ ସମୟ ଆସୁଥିବାରୁ ସର୍ବସାଧାରଣ ସ୍ଥାନରେ ଭିଡ ଉପରେ ନିୟନ୍ତ୍ରଣ ରଖିବାକୁ ସବୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରେସ, ଟ୍ରାକ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର । ତେଣୁ କେନ୍ଦ୍ର ସରକାରଙ୍କ ଆଧାରରେ ରାଜ୍ୟ ସରକାର ମଧ୍ୟ କଟକଣା ବଳବତ୍ତର ରଖିବେ କି କୋହଳ କରିବେ, ତାହା ଆଉ ଦୁଇଦିନ ଭିତରେ ସ୍ପଷ୍ଟ ହୋଇଯିବ ।

LEAVE A REPLY

Please enter your comment!
Please enter your name here