ଚତୁର୍ଥ ପର୍ଯ୍ୟାୟରେ ଭୋଟ ଗ୍ରହଣ ପାଇଁ ଆଜି ଶେଷ ଥିଲା ନାମାଙ୍କନ । ବିଭିନ୍ନ ସ୍ଥାନରେ ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମଧ୍ୟ ଜୋରଦାର ହୋଇଥିଲା । ନିମାପଡା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ପ୍ରଭାତି ପରିଡା ହଜାର ହଜାର ସମର୍ଥକଙ୍କ ସହ ଯାଇ ନାମାଙ୍କନ ଦାଖଲ କରିଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ନାୟକ ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଦାଖଲ କରିଥିଲେ । କଂଗ୍ରେସ ଏଠାରୁ ପ୍ରଥମେ ସତ୍ୟବ୍ରତ ପାତ୍ରଙ୍କୁ ପ୍ରାର୍ଥୀ କରିଥିଲା । ପରେ ପ୍ରାର୍ଥୀ ବଦଳାଇ ଦିଲ୍ଲୀପଙ୍କୁ ଟିକେଟ ଦେଇଥିଲା ଦଳ । ସେହିପରି ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀରୁ ବିଭିନ୍ନ ଦଳ ପକ୍ଷରୁ ନାମାଙ୍କନ ଦାଖଲ କରାଯାଇଛି । କଂଗ୍ରେସରୁ ମନୋଜ ମଞ୍ଜରୀ ଦେବୀ, ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ଗହଣରେ ବିରାଟ ପଟୁଆରରେ ଆସି ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ବାଲେଶ୍ୱର ସିମୁଳିଆ ନିର୍ବାଚନମଣ୍ଡଳୀରୁ କଂଗ୍ରେସର ଅନନ୍ତ ସେଠୀ, ସଦର ନିର୍ବାଚନମଣ୍ଡଳୀରୁ ବିଜେଡିର ଜୀବନ ପ୍ରଦୀପ ଦାସ, ଭୋଗରାଇରୁ ଅଂଶୁମାନ ଏବଂ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ବିଧାନ ଚନ୍ଦ୍ର ଜେନା ନିଜର ସମର୍ଥକଙ୍କ ସହ ଆସି ନାମାଙ୍କନ ଦାଖଲ କରିଛନ୍ତି । ଅନ୍ୟପଟେ ବିଜେଡିର କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ପ୍ରାର୍ଥୀ ଅନୁଭବ ମହାନ୍ତି ପଟୁଆରରେ ଆସି ନାମାଙ୍କନ ଦାଖଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here