ମାରାଥନ ପ୍ରଚାରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି କଳାହାଣ୍ଡିରେ ମାରାଥନ ପ୍ରଚାର କରିଛନ୍ତି ନବୀନ । ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା ଓ ରୋଡ ଶୋରେ ଯ଼ୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ନବୀନ । ଏହା ପୂର୍ବରୁ ନବୀନ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ବରୀଙ୍କ ଦର୍ଶନ କରିଥିଲେ । କଳାହାଣ୍ଡି ଜୟପାଟଣା ବ୍ଲକ ଚାଚିଗୁଡ଼ାରେ ବିଜେଡି ସୁପ୍ରିମୋ ନବୀନ ଉଦବୋଧନ ଦେଇ କହିଛନ୍ତି, ମାଆମାନେ ବିକାଶର ପ୍ରକୃତ ଡବଲ ଇଞ୍ଜିନ ବିଜେଡି ଇସ୍ତାହାରରେ ମହିଳାଙ୍କୁ ଗୁରୁତ୍ବ ଦିଆଯାଇଛି। ସବୁ ଝିଅଙ୍କ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା କରାଯିବ। ଗରିବ ଝିଅଙ୍କ ବିବାହ ପାଇଁ ୨୫ ହଜାର ସାହାୟତା ରାଶି ପ୍ରଦାନ କରାଯିବ। ସେହିପରି ସ୍ବୟଂ ସହାୟକ ଗୋଷ୍ଠୀକୁ ବିନା ସୁଧରେ ୫ ଲକ୍ଷ ଋଣ ସୁବିଧା ଦିଆଯିବ। ମିଶନ ଶକ୍ତିର ମହିଳାଙ୍କୁ ସରକାରୀ କାମରେ ଭାଗିଦାରୀ ମିଳିବ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି। ଚାଚିଗୁଡ଼ାରେ ବିଜେଡି ପ୍ରାର୍ଥୀ ପ୍ରଦୀପ ଦିସାରୀ ଓ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ପାଇଁ ଭୋଟ ମାଗିଛନ୍ତି ନବୀନ ।

LEAVE A REPLY

Please enter your comment!
Please enter your name here