ଏଗାର ଦିନ ପରେ ଶେଷ ହୋଇଛି ବରଗଡର ପ୍ରସିଦ୍ଧ ଧନୁଯାତ୍ରା I ଶ୍ରୀକୃଷ୍ଣ ଓ ବଳରାମଙ୍କ ଦ୍ବାରା ଶେଷରେ କଂସ ବଧ ହୋଇଛି I କଂସ ବଧ ସହ ଧନୁଯାତ୍ରା ଶେଷ ହୋଇଥିଲେ ହେଁ ବରଗଡବାସୀ ଓ ଜିଲ୍ଲା ବାହାରୁ ଆସିଥିବା ପର୍ଯ୍ୟଟକ ଏହାର ଆନନ୍ଦ ନେଇଛନ୍ତି I ଗୋପପୁରରେ କୃଷ୍ଣ ବଳରାମଙ୍କ ଲୀଳାଖେଳା ଏବଂ ମଥୁରାରେ କଂସ ମହାରାଜଙ୍କ ହାତୀରେ ନଗର ଭ୍ରମଣ ଲୋକଙ୍କୁ ବେଶ୍ ଆମୋଦିତ କରିଥିଲା I ଶେଷରେ କଂସ ମହାରାଜଙ୍କ ଦ୍ବାରା ଆୟୋଜିତ ଧନୁଯାତ୍ରାରେ ଯୋଗ ଦେଇ କୃଷ୍ଣ ଓ ବଳରାମ କୁବଳୟା ହାତୀ ଓ ଅଷ୍ଟମଲ୍ଲଙ୍କୁ ନିପାତ କରିଥିଲେ I ଏହାପରେ ଆରମ୍ଭ ହୋଇଥିଲା ଧନୁଯାତ୍ରାର ଅନ୍ତିମ ଦୃଶ୍ୟ I କଂସ ମହାରାଜଙ୍କ ସହ ଘମାଘୋଟ ଯୁଦ୍ଧ ପରେ କଂସକୁ ବଧ କରିଥିଲେ କୃଷ୍ଣ ବଳରାମ I ଶେଷରେ ଧନୁଯାତ୍ରା ଶେଷ ହେବା ପରେ ପରଂପରା ଅନୁଯାୟୀ କଂସ ଭୂମିକାରେ ଅଭିନୟ କରୁଥିବା ଅଭିନେତା ପ୍ରାୟଶ୍ଚିତ୍ତ ପାଇଁ ପୁରୀରେ ଆସି ପହଞ୍ଚିଛନ୍ତି I

LEAVE A REPLY

Please enter your comment!
Please enter your name here