ପଟ୍ଟାମୁଣ୍ଡାଇ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ୨୦୨୦ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ବିଧାୟକ ଧୃବଚରଣ ସାହୁ ଯୋଗଦେଇଥିବା ବେଳେ କେନ୍ଦ୍ରାପଡ଼ା କଲେଜର ପ୍ରାକ୍ତନ ପ୍ରଫେସର ଦୂୟ୍ଯୋଧନ ପରିଡ଼ା ମୂଖ୍ୟ ବକ୍ତା, ସମ୍ମାନୀତ ଅତିଥି ଭାବେ ଟ୍ରେଜେରି ଅଫିସର ସଞ୍ଜିବ କୁମାର ମହାନ୍ତି, ସଂଘର ଉପସଭାପତି ଭାବେ ପ୍ରଫେସର ଶ୍ରୀ ପରିଡ଼ା ପ୍ରମୁଖ ଉପସ୍ଥିତ ରହିଥିଲେ | ସଂଘ ସଭାପତି ଅନିରୁଦ୍ଧ ରାଉଳଙ୍କର ପୌରହିତରେ ଆୟୋଜିତ ହୋଇଥିଲା ଏହି ଉତ୍ସବ | ଶିକ୍ଷକ ନେତା କଣ୍ଡୁରୀ ଚରଣ ସ୍ବାଇଁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଘର ସଂପାଦକ ଚତୃଭୂଜ ରାଉଳ ବାର୍ଷିକ ବିବରଣୀ ପାଠ କରିଥିଲେ | ସଭାକୁ ଗୋଲେଇ ମହାରଣା, ତ୍ରିଲୋଚନ ନାୟକ, ସର୍ବେଶ୍ଵର ଜେନା, ଅଲେଖ ଚନ୍ଦ୍ର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here