ଶ୍ରୀ ମନ୍ଦିର ଉତ୍ତରଦ୍ଵାର ପାର୍ଶ୍ବରେ ଥିବା ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ସ୍ମାରକୀ ପାଦପଦ୍ମସ୍ଥଳୀକୁ ଭାଙ୍ଗି ଦିଆଯାଇଥିବାରୁ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଦିବ୍ୟାଙ୍ଗ ଭକ୍ତଙ୍କ ସୁବିଧାରେ ଦର୍ଶନ ନିମନ୍ତେ ଶ୍ରୀ ମନ୍ଦିର ଉତ୍ତର ଦ୍ଵାର ଠାରେ ରାମ୍ପ ଏବଂ ଶିଡ଼ି ନିର୍ମାଣ ଚାଲିଛି । ଏଥିପାଇଁ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ପାଦପଦ୍ମସ୍ଥଳୀକୁ ଭାଙ୍ଗି ଦିଆଯାଇଛି । ପରିଚାଳନା କମିଟି ଏବଂ ଛତିଶା ନିଯୋଗରେ କୌଣସି ଆଲୋଚନା ହୋଇ ନଥିବା ବେଳେ କିଭଳି ଏହାକୁ ଭାଙ୍ଗି ଦିଆଗଲା, ତାକୁ ନେଇ ପ୍ରଶ୍ନ କରିଛନ୍ତି ବରିଷ୍ଠ ସେବାୟତ । ଐତିହ୍ୟ ନଷ୍ଟ କରିବା ନିନ୍ଦନୀୟ ବୋଲି ସେବାୟତ କହିଛନ୍ତି । ଏହାସହ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଛି । ଶ୍ରୀମନ୍ଦିର ସଂସ୍କୃତି, ପରମ୍ପରା ବେଶ୍ ଐତିହାସିକ ଓ ପ୍ରାଚୀନ I ମରାମତି ନାମରେ ପ୍ରାଚୀନ କୀର୍ତିରାଜିକୁ ଭାଙ୍ଗିବା ତାହା ଠିକ ନୁହେଁ ବୋଲି ସେବାୟତ ମାନେ କହିଛନ୍ତି l ଦିବ୍ୟାଙ୍ଗଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଥିବା ବେଳେ ସେଠାରେ ଥିବା ପ୍ରାଚୀନ କୀର୍ତିରାଜିକୁ ଆଲୋଚନା କରାଯାଇ ଉଚିତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି l

LEAVE A REPLY

Please enter your comment!
Please enter your name here