ପଳାତକ ଘୋଷିତ ଖଲିସ୍ଥାନୀ ନେତା ଅମ୍ରିତପାଲ ସିଂକୁ ଗିରଫ କରିଛି ପଞ୍ଜାବ ପୋଲିସ । ଗତ ମାସେ ଧରି ପୋଲିସକୁ ଚକମା ଦେଇ ଆସୁଥିବା ଅମ୍ରିତପାଲ ଆଜି ରୋଡେଗାଁ ସ୍ଥିତ ଗୁରୁଦ୍ବାରରେ ଥିବାର ଖବର ମିଳିବା ପରେ ପଞ୍ଜାବ ପୋଲିସ ସକାଳୁ ସକାଳୁ ରୋଡେଗାଁକୁ ଘେରାଉ କରିଥିଲା । ପରେ ପଞ୍ଜାବ ପୋଲିସ ଓ ଗୁଇନ୍ଦା ବିଭାଗର ଏକ ଟିମ୍ ସାଧାପୋଷାକରେ ଗୁରୁଦ୍ବାରରେ ପଶି ଅମ୍ରିତପାଲକୁ ଗିରଫ କରିଥିଲେ । ସକାଳ 6 ଟା 45ରେ ତାକୁ ଗିରଫ କରାଯିବା ପରେ ଆସାମ ଦିବ୍ରୁଗଡସ୍ଥିତ ଜେଲକୁ ପଠାଇ ଦିଆଯାଇଛି ।

ଗତ ଫେବୃଆରୀ 23 ତାରିଖରେ ସେ ପଞ୍ଜାବର ଅଜନାଲା ଥାନା ଉପରେ ସଶସ୍ତ୍ର ଆକ୍ରମଣ କରି ତାର ଜଣେ ସମର୍ଥକକୁ ଜେଲ ଭିତରୁ ଖସାଇ ଆଣିଥିଲା । ପଞ୍ଜାବରେ ଭୟର ବାତାବରଣ ସୃଷ୍ଟି କରି ଆସୁଥିବା ଅମ୍ରିତପାଲର ପାକିସ୍ତାନ ଆଇଏସଆଇ ସହ ସଂପର୍କ ରଖିଥିଲା ବୋଲି କୁହାଯାଉଛି । ସବୁବେଳେ ବନ୍ଧୁକଧାରୀ ଦେହରକ୍ଷୀଙ୍କ ସହ ବୁଲୁଥିଲା ଅମ୍ରିତପାଲ । ଗିରଫ ପରେ ତା ବିରୋଧରେ ଏନଏସଏ ଲଗାଯାଇଛି ।

LEAVE A REPLY

Please enter your comment!
Please enter your name here