ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ଶ୍ରୀମନ୍ଦିର ଗୁମୁଟରୁ ଜଣେ ଭକ୍ତ ଡେଇଁ ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ ଭକ୍ତ ଜଣେ କିନ୍ନର ଏବଂ ସେ ନିମାପଡା ଅଂଚଳର ବଳରାମ ରାଉତ ବୋଲି ଜଣାପଡିଛି । ଅପରାହ୍ନ 3ଟାରେ ଏହି ଘଟଣା ଘଟିଛି । ତେବେ ଉକ୍ତ ମହିଳା କହିଁକି ଓ କେମିତି ଗୁମୁଟ ଉପରକୁ ଚଢିଲେ ତାହା କିଛି ଜଣାପଡିନାହିଁ । ଶ୍ରୀମନ୍ଦିରରେ କଡା ନିରାପତ୍ତା ଵ୍ୟଵସ୍ଥା ସତ୍ତ୍ୱେ ଏଭଳି ଅଘଟଣ ଘଟିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ଗୁମୁଟରୁ ପଡି ଗୁରୁତର ଆହତ ମହିଳାଙ୍କୁ ପୋଲିସ ପୁରୀ ମେଡ଼ିକାଲରେ ଭର୍ତି କରିଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here